ସରକାରଙ୍କ ଗୋପବନ୍ଧୁ ସାମ୍ବାଦିକ ସ୍ୱାସ୍ଥ୍ୟବୀମା ଯୋଜନା: କେତେ ସାମ୍ବାଦିକ ହୋଇଛନ୍ତି ଉପକୃତ?

80

କନକ ବ୍ୟୁରୋ: ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳଙ୍କ ସୁପାରିଶ କ୍ରମେ ଚଳିତ ବର୍ଷ ଏଯାଏଁ ୮,୭୧୭ ଜଣ ସାମ୍ବାଦିକଙ୍କୁ ଗୋପବନ୍ଧୁ ସାମ୍ବାଦିକ ସ୍ୱାସ୍ଥ୍ୟବୀମା ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି । ଏହି ଯୋଜନାର ପ୍ରଚଳନଠାରୁ ଏଯାଏଁ ବୀମା କମ୍ପାନୀ ମାଧ୍ୟମରେ ୧୪୯୩ ଜଣ ସାମ୍ବାଦିକଙ୍କୁ ୮,୧୦, ୩୧, ୫୮୨ ଟଙ୍କାର ସ୍ୱାସ୍ଥ୍ୟ ବୀମା ରାଶି ସହାୟତା ଦିଆଯାଇଛି । ଏନେଇ ଆଜି ବିଧାନସଭାରେ ଉତ୍ତର ରଖିଛନ୍ତି ସୂଚନା ଓ ଲୋକ ସମ୍ପର୍କ ବିଭାଗ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ।

ଏନେଇ ବିଜେଡି ବିଧାୟକ ଧ୍ରୁବଚରଣ ସାହୁ ବିଧାନସଭାେରେ ପ୍ରଶ୍ନ କରିଥିଲେ । ସେ କହିଥିଲେ, ରାଜ୍ୟରେ ସାମ୍ବାଦିକମାନଙ୍କ ପାଇଁ ସରକାର ଯେଉଁ ସ୍ୱାସ୍ଥ୍ୟବୀମା ବ୍ୟବସ୍ଥା ପ୍ରବର୍ତ୍ତନ କରିଛନ୍ତି ତାର ହିତାଧିକାରୀଙ୍କ ସଂଖ୍ୟା କେତେ? ଏହି ଯୋଜନା ପ୍ରଚଳନଠାରୁ ଏଯାଏଁ କେତେ ସାମ୍ବାଦିକଙ୍କୁ କି ପ୍ରକାର କେତେ ସାହାଯ୍ୟ ଦିଆଗଲାଣି ।