ଗୋ-ସୁରକ୍ଷାକାରୀଙ୍କୁ ଗୁଳିମାଡ଼ କଲେ ଗୋ ମାଫିଆ । ପୋଲିସର ତନାଘନା ଜାରି…

103

କନକ ବ୍ୟୁରୋ: ଗୋସୁରକ୍ଷାକାରୀଙ୍କ ଉପରେ ଗୁଳିମାଡ଼ କଲେ ଗୋ ମାଫିଆ । ୪୯ନଂ ଜାତୀୟ ରାଜପଥ ଯଶୀପୁର ନିକଟ ବେଗୁନିଆ ଟୋଲ ଗେଟ ନିକଟରେ ଗୁଳିକାଣ୍ଡ ଘଟିଛି । ଗୋ ମାଫିଆଙ୍କ ଗୁଳିମାଡ଼ରେ ୨ ଗୋ ସୁରକ୍ଷାକାରୀ ଗୁରୁତର ହୋଇଥିବାବେଳେ ତାଙ୍କୁ ପ୍ରଥମେ ଯଶୀପୁର ମେଡ଼ିକାଲ ଓ ପରେ ବାରିପଦା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ୨ ଗୋ ସୁରକ୍ଷାକାରୀ କଟକର ବଜରଙ୍ଗ ଦଳ ଓ ଦେବସେନା ସଦସ୍ୟ ବୋଲି ଜଣାପଡିଛି।

ତେବେ ମିଳିଥିବା ସୂଚନା ଅନୁସାରେ ଯେଉଁ ଦୁଇଜଣ ବ୍ୟକ୍ତିଙ୍କୁ ଗୁଳିମାଡ଼ ହୋଇଛି, ସେମାନଙ୍କ ନାମ ଶଶିକାନ୍ତ ବେହେରା ଓ ଦୀପକ କୁମାର ସାହୁ। ଶଶିକାନ୍ତଙ୍କ ଦୁଇ ଜଙ୍ଘ ଓ ଆଣ୍ଠୁକୁ ମିଶାଇ ୫ ରାଉଣ୍ଡ ଗୁଳି ବାଜିଥିବା ବେଳେ, ଦୀପକଙ୍କର କେବଳ ହାତରେ ଗୋଟିଏ ଗୁଳି ବାଜିଛି। ସେହିପରି ଏକ ସାଙ୍ଗରେ ୭ଟି ଟ୍ରକରେ ଗୋଚାଲାଣ ହେଉଥିବା ବେଳେ ଗୋଟିଏ ଜବତ ହୋଇଛି। ଏପଟେ ଏହି ଘଟଣାରେ ପୋଲିସ ଯଶୀପୁର, ବିଶୋଇ, ବାଦାମପାହାଡ଼ ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୧୧ଜଣକୁ ଅଟକ ରଖିଥିବାବେଳେ ଘଟଣାରେ ସମ୍ପୃକ୍ତ ୩ଟି ସ୍କର୍ପିଓ ଓ ଗୋଟେ ବୋଲେରୋ ସମେତ ଗୁଳିକାଣ୍ଡରେ ବ୍ୟବହୃତ ଗୋଟିଏ ବନ୍ଧୁକ ଓ ଆଉକିଛି ମାରଣାସ୍ତ୍ର ଜବତ କରି ଘଟଣାର ଅଧିକ ତଦନ୍ତ ଜାରି ରଖିଛି ।