କନକ ବ୍ୟୁରୋ: ଅନୁଭବ ମହାନ୍ତିଙ୍କ ନାଁରେ ଜାରି ହେଲା ଏନବିଡବ୍ଲୁ । କଟକ ଜେଏମଏଫସି କୋର୍ଟ ପକ୍ଷରୁ ଏନବିଡବ୍ଲୁ ଜାରି ହୋଇଛି । ବର୍ଷା ପ୍ରିୟଦର୍ଶିନୀଙ୍କ ଅଭିଯୋଗ ଆଧାରରେ ଏହି ଏନବିଡବ୍ଲୁ ଜାରି ହୋଇଛି । ଅନୁଭବଙ୍କ ନାଁରେ ଚାର୍ଜଫ୍ରେମ ହୋଇଥିଲା, ହେଲେ ହାଜର ନହୋଇ ବାରମ୍ବାର ସମୟ ମାଗୁଥିଲେ । ଚାର୍ଜଫ୍ରେମ ପାଇଁ ହାଜର ନହେବାରୁ ଏନବିଡବ୍ଲୁ ଜାରି କଲେ କୋର୍ଟ । ୨୩ ତାରିଖ ସୁଦ୍ଧା ୱାରେଣ୍ଟ କାର୍ଯ୍ୟକାରୀ କରିବାକୁ କୋର୍ଟଙ୍କ ନିର୍ଦ୍ଦେଶ । ପୁରୀଘାଟ ଥାନାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।
ଅନୁଭବଙ୍କ ନାଁରେ ଜାରି ହେଲା ଏନବିଡବ୍ଲୁ: ଚାର୍ଜଫ୍ରେମ ପାଇଁ ହାଜର ନହେବାରୁ ଏନବିଡବ୍ଲୁ ଜାରି କଲେ କୋର୍ଟ
/kanak/media/post_attachments/wp-content/uploads/2024/05/39-3.jpg)