‘ଶ୍ରୀମନ୍ଦିର ପ୍ରକଳ୍ପ କାମ ରୋକିବାକୁ କେନ୍ଦ୍ରମନ୍ତ୍ରୀ ଯେଉଁ ଷଡଯନ୍ତ୍ର କରିଥିଲେ, ଆଗକୁ ଓଡିଶାବାସୀ ତାଙ୍କୁ ବୁଦ୍ଧି ଶିଖାଇବେ’: ଅମର ପଟ୍ଟନାୟକ ।

213

କନକ ବ୍ୟୁରୋ: ବିଜେପିର ପ୍ରେସମିଟ ପରେ ପରେ ବିଜେଡି ମଧ୍ୟ ପ୍ରେସମିଟ କରି ବିଜେପି ନେତାଙ୍କ ଉପରେ ବର୍ଷିଛି । ବିଜେଡିତ ନେତା ଆମର ପଟ୍ଟନାୟକ କହିଛନ୍ତି, ‘ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଭୋଟ ପଡୁଛି । ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ବିଜୁ ଜନତା ଦଳ ୪ଟିରୁ ୪ଟି ଲୋକସଭା ଆସନ ଏବଂ ୨୮ ବିଧାନସଭା ଆସନରୁ ବିଜେଡି ୯୦ ପ୍ରତିଶତ ବାଜିମାତ୍ କରିବାକୁ ଯାଉଛି, ଏଥିରେ ବିବ୍ରତ ହୋଇ ବିଜେପିର ଏହି ତୁଙ୍ଗନେତାମାନେ ପ୍ରେସମିଟ କରିଛନ୍ତି’ ।

ଏହି କ୍ରମରେ ବିଜେଡି ମଧ୍ୟ ଏକାମ୍ର ଓ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉଠାଇଛି । ପରିକ୍ରମା ପ୍ରକଳ୍ପକୁ ରୋକିବାକୁ ସାଂସଦ ଅପରାଜିତା ଷଡଙ୍ଗୀ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯେଉଁଭଳି ଅପଚେଷ୍ଟା କରିଥିଲେ ତାହା ସାଢେ ୪ କୋଟି ଓଡିଆ ଭଲଭାବେ ଜାଣିଛନ୍ତି । ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା(ଏଏସଆଇ), ନ୍ୟାସନାଲ ମନ୍ୟୁମେଣ୍ଟ ଅଥରିଟି(ଏଏନଏମ) ବିଜେପି ନେତାଙ୍କ କଥାରେ ଶୀକ୍ଷେତ୍ରରେ ପହଞ୍ଚି କିଭଳି ଭାବେ ପ୍ରକଳ୍ପକୁ ରୋକିବାକୁ ଚେଷ୍ଟା କରିଥିଲେ, ତାହା ଓଡିଶାବାସୀ ଭଲଭାବେ ଜାଣିଛନ୍ତି । ପରବର୍ତ୍ତୀ ସମୟରେ ବିଜେପି ନେତା ନିଜର କିଛି ଅନୁଗତ ମାନଙ୍କୁ ନେଇ ସେହି ପ୍ରକଳ୍ପଗୁଡିକୁ ଅଟକାଇବାକୁ ସେମାନେ ସୁପ୍ରିମକୋର୍ଟ ଗଲେ । କାମ ରୋକିବାକୁ ଦାମୀ ଦାମୀ ଓକିଲଙ୍କୁ ମଧ୍ୟ ଲଗେଇଲେ । କିନ୍ତୁ ପ୍ରଭୁ ଜଗନ୍ନାଥଙ୍କ ଇଚ୍ଛା , ପ୍ରଭୁ ଲିଙ୍ଗରାଜଙ୍କ ଇଚ୍ଛା , ସବୁ ବାଧାବିଘ୍ନ ପରେ ବି ପ୍ରକଳ୍ପ କାମ ଆଗକୁ ବଢିଚାଲିଲା’ ।

‘ନିକଟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏକ ସାମ୍ବାଦିକ ସମ୍ମିଳନୀରେ ସ୍ପଷ୍ଟ ଭାବେ କହିଥିଲେ ଯେ, ସେ ଏହି ପ୍ରକଳ୍ପ କାମକୁ ବିରୋଧ କରୁଛନ୍ତି ବୋଲି । ଏସବୁ କାମକୁ କରିବା ଉଚିତ ନୁହେଁ ବୋଲି ମଧ୍ୟ ସେ ସ୍ପଷ୍ଟ କରିଥିଲେ । କିନ୍ତୁ ଏବେ ନିଜର ମତ ବଦଳାଇ ଦେଇଛନ୍ତି, ଏବେ କହୁଛନ୍ତି ସେମାନେ ପ୍ରକଳ୍ପ କାମକୁ ରୋକିବାକୁ କୌଣସି ଚେଷ୍ଟା କରିନଥିଲେ । ଏଭଳି ଦୋମୁହାଁ ନୀତି ସମସ୍ତଙ୍କ ଆଗରେ ପଡିଯାଇଛି । ଫଳରେ ସେମାନେ ଲୋକଙ୍କ ଆଗରେ ହାସ୍ୟାସ୍ପଦ ହୋଇଛନ୍ତି । ଲୋକେ କେନ୍ଦ୍ରମନ୍ତ୍ରୀଙ୍କ ଉପରେ ହସିଲେଣି । ପ୍ରତି ୧୫ ଦିନରେ ନିଜ ମତ ବଦଳାଉଛନ୍ତି ବିଜେପି ନେତା । ପୂର୍ବରୁ ସେମାନେ ଦେଇଥିବା ବୟାନ ଗଣମାଧ୍ୟମରେ ରେକର୍ଡ ହୋଇରହଛିି । ଏବେ ଆଉ ଗୋଟେ ପ୍ରକାର କଥା କହୁଥିବାବେଳେ ଓଡିଶାବାସୀଙ୍କୁ ସେମାନଙ୍କୁ ଉପହାସ କରୁଛନ୍ତି’ ।

ଅମର ପଟ୍ଟନାୟକ ଆହୁରି ମଧ୍ୟ କହିଛନ୍ତି ଯେ, ‘ସବୁଠୁ ପରିତାପର କଥା ହେଉଛି, ପୁରୀ ପରିକ୍ରମା ପ୍ରକଳ୍ପ ପାଇଁ ଯେଉଁଦିନ ମୁଖ୍ୟମନ୍ତ୍ରୀ ଶିଳାନ୍ୟାସ କରି ଫେରୁଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଷଡଯନ୍ତ୍ର କରି ମୁଖ୍ୟମନ୍ତ୍ରୀଙ୍କ ଉପରକୁ ଅଣ୍ଡାମାଡ କରାଇଲେ । ସାଢେ ୪ କୋଟି ଓଡିଆଙ୍କୁ ଏହି ଘଟଣା ବ୍ୟଥିତ କରିଥିଲା । ଯାହାର ଜବାବ ରାଜ୍ୟବାସୀ ପୂର୍ବ ନିର୍ବାଚନରେ ଦେଇଥିଲେ । ଏବଂ ୩୦ଟି ଜିଲ୍ଲାପରିଷଦ ବିଜେଡି ଆପଣାଇଥିଲା । ମୁଖ୍ୟମନ୍ତ୍ରୀଙ୍କୁ ରାଜ୍ୟବାସୀ ଅପାଣାଇଥିଲେ ଏବଂ ଧର୍ମେନ୍ଦ୍ର ପ୍ରଧାନଙ୍କ ଷଡଯନ୍ତ୍ରକୁ ଲୋକେ ପ୍ରତ୍ୟାକ୍ଷାନ କରିଥିଲେ । ବିଜେଡି ସରକାରଙ୍କ ବିରୋଧରେ କେନ୍ଦ୍ରମନ୍ତ୍ରୀ ଏଭଳି ଅନେକ ଷଡଯନ୍ତ୍ର ରଚିଛନ୍ତି । ଆଗକୁ ଓଡିଶାବାସୀ ପୁଣି ତାଙ୍କୁ ବୁଦ୍ଧି ଶିଖାଇବେ । ଆଜିଠୁ ସେଥିପାଇଁ ପ୍ରକ୍ରିୟା ଆରମ୍ଭ ହୋଇସାରିଛି’ ।