ଦେଶରେ ଚାଲିଛି ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ । ଦିନ ୧ଟା ସୁଦ୍ଧା ପଶ୍ଚିମବଙ୍ଗରେ ୫୧ ପ୍ରତିଶତ ମତଦାନ । ଜାଣନ୍ତୁ କେଉଁ ରାଜ୍ୟରେ ମତଦାନ ହାର କେତେ

114

କନକ ବ୍ୟୁରୋ : ଲୋକସଭା ନିର୍ବାଚନ କ୍ରମରେ ଆଜି ଚତୁର୍ଥ ପର୍ଯ୍ୟାୟ ମତଦାନ ଚାଲିଛି । ଏହି ପର୍ଯ୍ୟାୟରେ ୯ ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର ୯୬ ଟି ଆସନ ପାଇଁ ଭୋଟଗ୍ରହଣ ହେଉଛି । ୧୭ କୋଟିରୁ ଅଧିକ ମତଦାତା ସେମାନଙ୍କ ମତ ସାବ୍ୟସ୍ତ କରୁଛନ୍ତି । ଆନ୍ଧ୍ରପ୍ରଦେଶରେ ୨୫ ଟି ବିହାରରେ ୫ଟି, ଝାଡଖଣ୍ଡରେ ୪ଟି, ମଧ୍ୟପ୍ରଦେଶରେ ୮ଟି ଓ ମହାରାଷ୍ଟ୍ରର ୧୧ ଟି ଆସନ ପାଇଁ ଭୋଟ ଗ୍ରହଣ ହେଉଛି । ସେହିଭଳି ଉତରପ୍ରଦେଶର ୧୩ଟି, ପଶ୍ଚିମବଙ୍ଗରେ ୮ ଟି ଓ ଜମ୍ମୁ-କାଶ୍ମୀରରେ ୫ଟି ଆସନ ପାଇଁ ମଧ୍ୟ ମତଦାନ ହେଉଛି । ଏହାସହ ଓଡିଶାର ୪ଟି ଆସନ, ତେଲେଙ୍ଗାନାର ୧୭ ଟି ଆସନ ପାଇଁ ମଧ୍ୟ ଭୋଟଗ୍ରହଣ ଚାଲିଛି ।

ଏହି କ୍ରମରେ ନିର୍ବାଚନ କମିଶନଙ୍କ ରିପୋର୍ଟ ମୁତାବକ ଦିନ ୧ଟା ସୁଦ୍ଧା ପଶ୍ଚିମବଙ୍ଗରେ ସର୍ବାଧିକ ୫୧.୮୭ ପ୍ରତିଶତ ମତଦାନ ହୋଇଛି । ସେହିଭଳି ମଧ୍ୟପ୍ରଦେଶରେ ୪୮.୫୨, ଝାଡଖଣ୍ଡରେ ୪୩.୮୦ ପ୍ରତିଶତ, ତେଲେଙ୍ଗାନାରେ ୪୦.୩୮ ପ୍ରତିଶତ, ଆନ୍ଧ୍ରପ୍ରଦେଶରେ ୪୦.୨୬,ଉତରପ୍ରଦେଶରେ ୩୯.୬୮, ଓଡିଶାରେ ୩୯.୩୦,ବିହାର ୩୪.୪୪, ମହାରାଷ୍ଟ୍ରରେ ୩୦.୮୫ ଓ ଜମ୍ମୁକାଶ୍ମୀରରେ ୨୩.୫୭ ପ୍ରତିଶତ ମତଦାନ ହୋଇଛି ।