କନକ ବ୍ୟୁରୋ: ବୀରମିତ୍ରପୁରରୁ ଆଜି ମୋଦୀଙ୍କୁ ଟାର୍ଗେଟ କରିଛନ୍ତି ଭିକେ ପାଣ୍ଡିଆନ୍ । ଓଡିଶାକୁ ଏକ ନମ୍ବର କରିବା ବକ୍ତବ୍ୟକୁ ନେଇ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି ପାଣ୍ଡିଆନ୍ । ମୋଦୀ ଗୁଜରାଟ ସହ ଓଡିଶାକୁ ତୁଳନା କରି କହିଥିବା ବେଳେ ଏବେ ପାଣ୍ଡିଆନ ମୋଦୀଙ୍କୁ ଆଇନା ଦେଖାଇଛନ୍ତି । ଆଉ ଓଡିଶା ତୁଳନାରେ ଅପପୃଷ୍ଟି, ଆନିମିଆ ଭଳି ରୋଗ ଗୁଜରାଟରେ କେତେ ମାତ୍ରାରେ ରହିଛି ତାର ରିପୋର୍ଟ ଦେଇଛନ୍ତି ।
![](https://cdn-icons-png.flaticon.com/512/2504/2504957.png)
Kanak News is now on WhatsApp
Join and get latest news updates delivered to you via WhatsApp
ପାଣ୍ଡିଆନ୍ କହିଥିଲେ, ଆପଣ କହିଲେ ବିଜେପି ସରକାରକୁ ଆସିଲେ ଓଡିଶାକୁ ଏକ ନମ୍ବର କରିଦେବେ? ମୁଁ ପଚାରିବି ଆପଣ ଗୁଜରାଟକୁ ଏକ ନମ୍ବର କରିପାରିଲେ କି? ଗତଥର ଆସିଲା ବେଳେ ଆପଣ ଅପପୃଷ୍ଟି କଥା କହିଥିଲେ । ଭାରତର ଅପପୃଷ୍ଟି ମାତ୍ରା ହେଉଛି ୩୨ ପ୍ରତିଶତ । ଗୁଜରାଟରେ ସେ ସଂଖ୍ୟା ହେଉଛି ୪୦ ପ୍ରତିଶତ ଆଉ ଓଡିଶାରେ ୨୯ ପ୍ରତିଶତ । ଏହି ରିପୋର୍ଟରୁ ଦେଖନ୍ତୁ ଗୁଜରାଟ କେଉଁଠି ଆଉ ଓଡିଶା କେଉଁଠି । ଆନିମିଆରେ ଓଡିଶାର ନମ୍ବର ହେଉଛି ୬୪, ଭାରତର ନମ୍ବର ହେଉଛି ୬୭ ଓ ଗୁଜରାଟର ନମ୍ବର ହେଉଛି ୮୦ । ମହିଳାଙ୍କ ସ୍ୱାସ୍ଥ୍ୟ କ୍ଷେତ୍ରରେ ଓଡିଶାର ନମ୍ବର ହେଉଛି ୬୫, ଭାରତର ନମ୍ବର ହେଉଛି ୫୯, ଗୁଜରାଟର ନମ୍ବର ହେଉଛି ୬୯ ।
ଓଡିଶାରେ ଥିବା ସବୁ ହାଇସ୍କୁଲକୁ ଆମ ମୁଖ୍ୟମନ୍ତ୍ରୀ ରୂପାନ୍ତୀକରଣ କରିଛନ୍ତି । ୫ଟିରେ ସାମିଲ କରି ରୂପାନ୍ତୀକରଣ କରିଛନ୍ତି । ଆମ ସ୍କୁଲରେ ବ୍ଲାକ ବୋର୍ଡ ନାହିଁ, ସବୁ ସ୍କୁଲରେ ଡିଜିଟାଲ ବୋର୍ଡ । ଆପଣଙ୍କ ସ୍କୁଲରେ ଏବେ ବି ବ୍ଲାକ ବୋର୍ଡରେ ଚାଲିଛି । ଏଇଟା ହେଉଛି ଏକ ନମ୍ବର ମୁଖ୍ୟମନ୍ତ୍ରୀଙ୍କ ରାଜ୍ୟ ସେଇଟା ହେଉଛି ଆପଣଙ୍କ ରାଜ୍ୟ ବୋଲି କଡା ସମାଲୋଚନା କରିଥିଲେ ପାଣ୍ଡିଆନ୍ ।
ପାଣ୍ଡିଆନ ଆହୁରି କହିଥିଲେ, ଓଡିଶାରେ ମୁଣ୍ଡ ପିଛା ଲୋନ ୧୨ ପ୍ରତିଶତ, ଆପଣଙ୍କ ଗୁଜରାଟବାସୀଙ୍କ ମୁଣ୍ଡ ଉପରେ ଲୋନର ବୋଝ ବହୁତ ଅଧିକ । ଏବେ କୁହନ୍ତୁ ସାର ଓଡିଶାକୁ ଯଦି ନମ୍ବର ୧ କରିବାର ଅଛି ସେଟା କେବଳ ନବୀନ ପଟ୍ଟନାୟକ କରିପାରିବେ । ଆପଣ ଚେଷ୍ଟା କରନ୍ତୁ ଦେଶକୁ ୧ ନମ୍ବର କରନ୍ତୁ, ବେରୋଜଗାରୀ ଦୂର କରନ୍ତୁ, ତେଲ ଦର କମ କରନ୍ତୁ, ଏଲପିଜିର ଦର କମ କରନ୍ତୁ । ଓଡିଶା ଯାହା ପାଇବା ଦରକାର ତାକୁ ଦିଅନ୍ତୁ । ଭାରତକୁ ଏକନମ୍ବର କରନ୍ତୁ । ଓଡିଶା ପାଇଁ କେବଳ ନବୀନ ପଟ୍ଟନାୟକ ଅଛନ୍ତି ।