ସକାଳୁ ସକାଳୁ ଅଘଟଣ: ନଦୀକୁ ଶୌଚ ହେବାକୁ ଯାଇ ଚାଲିଗଲା ଆଈ ଓ ନାତୁଣୀଙ୍କ ଜୀବନ  ।

186

କନକ ବ୍ୟୁରୋ: ନଦୀକୁ ଶୌଚ ହେବାକୁ ଯାଇଥିବା ବେଳେ ଚାଲିଗଲା ଆଇ ଓ ନାତୁଣୀଙ୍କ ଜୀବନ  । ଏପରି ଅଭାବନୀୟ ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଶ୍ରୀନିବାସପୁର ଗାଁରେ  । ଏଦୁଇଜଣଙ୍କୁ ନଦୀ ପଠାରେ ଅଚେତ ଅବସ୍ଥାରେ ପଡ଼ିଥିବା ଦେଖିବାକୁ ମିଳିଥିଲା  । ଗାଁ ଲୋକ ତୁରନ୍ତ ସେମାନଙ୍କୁ ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିବା ବେଳେ ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ  । ନଦୀ ଜଳରେ କରେଂଟ ପ୍ରଭାବରେ ଆଇ ଓ ନାତୁଣିଙ୍କ ମୃତ୍ୟୁ ହୋଇଥିବା ଗାଁ ଲୋକ କହୁଥିବା ବେଳେ ପ୍ରକୃତ କାରଣ ଜଣାପଡ଼ି ନାହିଁ  ।