ନବରଙ୍ଗପୁର ପ୍ରଶାସନ ତରଫରୁ ଭୋଟରଙ୍କ ପାଇଁ ତିଆରି ହେଇଛି ଇକୋ ଫ୍ରେଣ୍ଡଲି ବୁଥ୍ । ଖଜୁରୀ ଗଛରେ ତିଆରି ହେଇଛି ଛାଉଣୀ । ଝୁଲୁଛି ବାୟା ଚଢେଇ ବସା ।

108

କନକବ୍ୟୁରୋ: ଇକୋ ଫ୍ରେଣ୍ଡଲି ବୁଥ୍ ମତଦାନ । ମତଦାନ ସମୟରେ ପରିବେଶ ସୁରକ୍ଷା ସମ୍ପର୍କୀିତ ସଚେତନତା ବାର୍ତା ନେଇ ନବରଙ୍ଗପୁର ପ୍ରଶାସନ ତରଫରୁ ଇକୋ ଫ୍ରେଣ୍ଡଲି ବୁଥ୍ କରାଯାଇଛି । ଏହି ବୁଥ୍ରେ ଉତ୍ସାହର ସହ ଲୋକମାନେ ମତଦାନ କରୁଥିବା ଦେଖିବାକୁ ମିଳିଛି । ଲମ୍ବା ଲାଇନ ଲାଗି ଲୋକେ ଭେଟ ଦେବା ସହ ବାୟା ଚଢେଇ ବସା ମଧ୍ୟ ସେଠାରେ କରାଯାଇଥିବା ଦେଖିବାକୁ ମିଳିଛି । ପାଗ ଅନୁକୁଳ ରହିଥିବାରୁ ଭୋଟର ମାନେ ଖୁସି ରହିଥିବା ମତ ବ୍ୟକ୍ତ କରିଛନ୍ତି । ଏଥିସହ ଶାନ୍ତି ଶୃଙ୍କଳା ର ସହ ଚାଲିଛି ମତଦାନ ।