କାର ସହ ଜଳିଗଲେ ବର ଓ ୪ ସମ୍ପର୍କୀୟ । ବର କାରକୁ ପଛପଟୁ ଧକ୍କା ଦେଲା ଟ୍ରକ୍ ।

1,718

କନକ ବ୍ୟୁରୋ: କାରକୁ ଟ୍ରକ ଧକ୍କା ଦେବା ପରେ ଉଭୟ କାର ଓ ଟ୍ରକରେ ଲାଗିଗଲା ନିଆଁ । ଫଳରେ କାର ଭିତରେ ଥିବା ବର ସହ ଜୀବନ୍ତ ଦଗ୍ଧ ହୋଇ ପ୍ରାଣ ହରାଇଲେ ୪ ସମ୍ପର୍କୀୟ । ଏଭଳି ଭୀଷଣ ଦୁର୍ଘଟଣା ଘଟିଛି ଝାନସି ଜନପଦରେ ।

ସୂଚନା ମୁତାବକ, ଏରଚ ଥାନାକ୍ଷେତ୍ରର ବିଲାଟି ଗାଁର ଆକାଶ ନାମକ ଯୁବକ ୧୦ ତାରିଖରେ ବିବାହ ପାଇଁ ସମ୍ପର୍କୀୟଙ୍କ ସହ କାରରେ ଯାଉଥିବାବେଳେ କାନପୁର ହାଇୱେର ଉଭରବ୍ରିଜ ଉପରେ ଏକ ଟ୍ରକକୁ ପଛପଟୁ ଧକ୍କା ଦେଇଥିଲା । ଫଳରେ ଉଭ୍ର ଟ୍ରକ୍୍ ଓ କାରରେ ନିଆଁ ଲାଗିଯାଇଥିଲା । ନିଆଁ ଏତେ ଭୀଷଣ ଥିଲା ଯେ କାର ଭିତରେ ଥିବା ସମସ୍ତଙ୍କୁ ଶୀଘ୍ର ଉ ଦ୍ଧାର କରାଯାଇପାରିନଥିଲା । ଫଳରେ ଜୀବନ୍ତ ଦଗ୍ଧ ହୋଇ ଘଟଣାସ୍ଥଳରେ ହିଁ ପ୍ରାଣ ହରାଇଥିଲେ ବାର ସହ ବରର ଭାଇ, ୭ ବର୍ଷର ଭଣଜା ଓ ଅନ୍ୟ ଦୁଇ ସମ୍ପର୍କୀୟ । ଅନ୍ୟ ୨ ଜଣଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଅନ୍ୟପଟେ ଟ୍ରକ୍ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଛି ।