ପଟିଆଲା କେନ୍ଦ୍ରୀୟ ଜେଲର ବାରାକ୍ ନମ୍ବର ୧୦ରେ ଅଛନ୍ତି ସିଦ୍ଧୁ । ରୁଟି, ଡାଲି ଦିଆଯାଇଥିଲେ ବି ସ୍ୱାସ୍ଥ୍ୟଗତ ସମସ୍ୟା ଦର୍ଶାଇ ଖାଇଲେନି କିଛି ।

129

କନକ ବ୍ୟୁରୋ: ଜେଲରେ କଟୁଛି କଂଗ୍ରେସର ନବଜୋତ ସିଂହ ସିନ୍ଧୁଙ୍କ ଦିନ । ତାଙ୍କୁ ପଞ୍ଜାବର ପଟିଆଲା ଜେଲର ବାରାକ୍ ନମ୍ବର ୧୦ରେ ରଖାଯାଇଛି । ତାଙ୍କର ପ୍ରଥମ ରାତି ଅନ୍ୟ ୮ କଏଦୀଙ୍କ ସହ କଟିଥିଲା । ସିଦ୍ଧୁଙ୍କୁ ଏଠାରେ ସିମେଂଟ ବେଡରେ ଶୋଇବାକୁ ପଡ଼ୁଛି । ସିଦ୍ଧୁଙ୍କୁ ଜେଲ ରୁଟିନ୍ ଅନୁସାରେ ରୁଟି ଓ ଡାଲି ଖାଇବାକୁ ଦିଆଯାଇଥିଲା । ହେଲେ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ସିଦ୍ଧୁ ଖାଇନଥିଲେ । କେବଳ ସାଲାଡ ଓ ଫଲ ଖାଇଥିଲେ ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଲିଭର ସମସ୍ୟା ଯୋଗୁ ସିଦ୍ଧୁଙ୍କର ଗହମରେ ଆଲର୍ଜି ରହିଛି । ତେଣୁ ସେ ଦୀର୍ଘ ଦିନ ଧରି ରୁଟି ଖାଉନାହାନ୍ତି । ପ୍ରଥମେ ୨୪ଘଂଟା ପର୍ଯ୍ୟନ୍ତ ସିଦ୍ଧୁ କିଛି ଖାଇନଥିବା ତାଙ୍କ ଆଇନଜୀବୀ କହିଛନ୍ତି । ତାଙ୍କ ସ୍ୱାସ୍ଥ୍ୟ ଅନୁଯାୟୀ ଖାଦ୍ୟ ଦେବା ପାଇଁ କୋର୍ଟରେ ଆବେଦନ କରାଯାଇଛି । ସୁପ୍ରିମକୋର୍ଟ ସିଦ୍ଧୁଙ୍କୁ ୧ ବର୍ଷ ଜେଲ ଦଣ୍ଡାଦେଶ କରିବାର ୨୪ ଘଂଟା ମଧ୍ୟରେ ପଟିଆଲା କୋର୍ଟରେ ଆତ୍ମସମର୍ପଣ କରିଥିଲେ ।