ମନୋଜ ମିଶ୍ରଙ୍କ ସମର୍ଥନରେ ପୁଣି ବାହାରିଲେ ନେତା: ବିଧାୟକ ମୁକେଶ ମହାଲିଙ୍ଗ କହିଲେ, କଳାକାରର ଭାଷା ପରିଧି କି ସହର ନିଥାଏ

178

କନକ ବ୍ୟୁରୋ: ଥମୁନି ଓଲିଉଡ କଳି । ଆଜି ଏହି ନିଆଁରେ ଘିଅ ଢାଳିଛନ୍ତି ପଶ୍ଚିମ ଓଡିଶାର ହାସ୍ୟ ଅଭିନେତା ଜୋଜୋ । ରାଜନୀତି ମଧ୍ୟ ଜୋରଦାର ହୋଇଛି । ପୁଣି ଆଜି ଅଭିନୋତା ମନୋଜ ମିଶ୍ରଙ୍କ ସମର୍ଥନରେ ବାହାରିଛନ୍ତି ବିଜେପି ବିଧାୟକ ମୁକେଶ ମହାଲିଙ୍ଗ । କେଶଳ କ୍ରିୟାନୁଷ୍ଠାନ କମିଟି ବି ଆସନ୍ତା ୧୫ ତାରିଖରେ ୧୨ ଘଂଟିଆ କୋଶଳ ବନ୍ଦ ଡାକରା ଦେଇଛି । ପ୍ରଶ୍ନ ଉଠୁଛି, ବିବାଦର ଅନ୍ତ ହେବ କେବେ ?

ଥମିବାର ନାଁ ନେଉନାହିଁ କଳାକାରଙ୍କ ବିବାଦ । ଏବେ ମନୋଜ ମିଶ୍ରଙ୍କ ସମର୍ଥନରେ ବାହାରିଛନ୍ତି ପଶ୍ଚିମ ଓଡିଶାର ହାସ୍ୟ ଅଭିନେତା ଯୋଗେଶ ଜୋଜୋ । ଜୋଜୋ କହିଛନ୍ତି, ଓଡିଆ ଇଣ୍ଡଷ୍ଟ୍ରୀ କାମ ନ ଦେଲେ କିମ୍ବା ବ୍ୟାନ କଲେ ସେ ପଶ୍ଚିମ ଓଡିଶାରେ ଅଲଗା ଫିଲ୍ମ ଇଣ୍ଡଷ୍ଟ୍ରୀ ଆରମ୍ଭ କରିବେ । ଏଭଳି ମନ୍ତବ୍ୟ ଦେଇ ସୋସିଆଲ ମିଡିଆରେ ସେ ଏକ ଭିଡିଓ ପୋଷ୍ଟ କରିଛନ୍ତି । ମନୋଜ ମିଶ୍ରଙ୍କ ସପକ୍ଷରେ ନରସିଂହ ମିଶ୍ରଙ୍କ ବୟାନ ପରେ ପୂର୍ବ ଓ ପଶ୍ଚିମ ଓଡିଶା ବିବାଦ ତେଜିଥିଲା । ଏବେ ଜୋଜୋଙ୍କ ବୟାନ ନିଆଁରେ ଘିଅ ଢାଳିଛି ।

କଳାକାରଙ୍କୁ ନେଇ ଦୁଇଭାଗ ହୋଇଛି ଓଲିଉଡ । ସେପଟେ ନଭେମ୍ବର ୧୫ରେ ୧୨ ଘଂଟିଆ କୋଶଳ ବନ୍ଦ ଡାକରା ଦେଇଛି କୋଶଲ ମିଳିତ କ୍ରିୟାନୁଷ୍ଠାନ କମିଟି । କମିଟି ଅଭିଯୋଗ କରିଛି, ଦୀର୍ଘଦିନ ଧରି ଦୀର୍ଘ ଦିନ ଧରି ପୂର୍ବାଂଚଳ ସରକାର ପଶ୍ଚିମ ଓଡ଼ିଶାକୁ ଅବହେଳା କରିଆସୁଛନ୍ତି । ଏପରିକି ପଶ୍ଚିମ ଓଡ଼ିଶ।।ର କଳା ସଂସ୍କୃତି ପ୍ରତି ଦରଦ ନାହିଁ । ସରକାରଙ୍କ ଏହି ମନୋବୃତ୍ତି ନ ବଦଳିଲେ କୋଶଳ ମହାବନ୍ଦ ଦୀର୍ଘ ଦିନ ଧରି ଚାଲିବ । ସେପଟେ କଳାକାରଙ୍କ କଳିକୁ ନେଇ ମନୋଜ ମିଶ୍ରଙ୍କ ସମର୍ଥନରେ ପୁଣି ବାହାରିଛନ୍ତି ବିଜେପି ବିଧାୟକ ମୁକେଶ ମହାଲିଙ୍ଗ । ମନୋଜ ମିଶ୍ରଙ୍କ ଉପରୁ ନିଲମ୍ବନ ହଟିଲେ ଆନ୍ଦୋଳନ ବ୍ୟାପକ ହେବ ବୋଲି କହିଛନ୍ତି ମହାଲିଙ୍ଗ ।

ସମ୍ବଲପୁରରରେ ଅରିନ୍ଦମଙ୍କ ଫିଲ୍ମ ‘ରାମ’କୁ ରିଲିଜ ନ କରାଇଦେବା ଅଭିଯୋଗରେ ଅଭିନେତା ମନୋଜ ମିଶ୍ରଙ୍କ ଉପରେ ଦୁଇବର୍ଷର ବାସନ୍ଦ ଲଗାଇଛି ପ୍ରଯୋଜକ ସଂଘ । ଏହାପରେ ବିବାଦ ବଢିଛି । ବିବାଦର ସମାଧାନ ପାଇଁ ଉଦ୍ୟମ ହେଉଥିଲେ ବି ଏହା ଆଗକୁ ବଢୁନି ।