କନକ ବ୍ୟୁରୋ: ମାଟ୍ରିକ ପରୀକ୍ଷାରେ କୌଣସି ପିଲା ଫେଲ ହେବେନାହିଁ । ମାଟ୍ରିକ ପରୀକ୍ଷାରେ ଯେଭଳି କୌଣସି ପିଲା ଫେଲ ହେବେନି ସେ ନେଇ ମାର୍ଗଦର୍ଶିକା ଜାରି କରିଛି ଗଣଶିକ୍ଷା ବିଭାଗ । ଏଥିପାଇଁ ଛାତ୍ରଛାତ୍ରୀ ପ୍ରସ୍ତୁତି କିଭଳି କରିବେ ସେ ନେଇ ମାର୍ଗଦର୍ଶିକାରେ ବିସ୍ତୁତ ଭାବେ କୁହାଯାଇଛି । ରାଜ୍ୟର ସମସ୍ତ ହାଇସ୍କୁଲ ଯେପରି ‘ଜିରୋ ଏଫ୍ ମିଶନ’ ତଥା ଶତ ପ୍ରତିଶତ ରେଜଲ୍ଟ କରିବେ ସେ ଉପରେ ଗୁରୁତ୍ୱ ଦିଆଯାଇଛି ।

Kanak News is now on WhatsApp
Join and get latest news updates delivered to you via WhatsApp
ମାଟ୍ରିକ ପରୀକ୍ଷା ନାଁ ଶୁଣିଲେ ବହୁ ପିଲା ଚିନ୍ତାରେ ପଡନ୍ତି । ପାସ, ଫେଲକୁ ନେଇ ଭାଂଗି ପଡନ୍ତି । କିନ୍ତୁ ମାଟ୍ରିକ ପରୀକ୍ଷାରେ ଯେମିତି କୌଣସି ପିଲା ଫେଲ ହେବେନି ସେଥିପାଇଁ ମାର୍ଗଦର୍ଶକା ଜାରି କରିଛି ରାଜ୍ୟ ଗଣଶିକ୍ଷା ବିଭାଗ । କଣ ରହିଛି ଗଣଶିକ୍ଷା ବିଭାଗର ଆଡଭାଇଜରୀ..
କେମିତି କରିବେ ମାଟ୍ରିକ ପ୍ରସ୍ତୁତି?
– ଦିନକୁ ୧୦ରୁ ୧୪ ଘଂଟା ପଢିବା ସହ ୬ରୁ ୭ ଘଂଟା ଶୁଅନ୍ତୁ
– ବାକି ସମୟ ଅଲଗା କାମରେ ଲଗାଇବାକୁ ପରାମର୍ଶ
– ରାତି ୧୦ଟାରୁ ଭୋର ୪ଟା କିମ୍ବା ରାତି ୧୧ଟାରୁ ଭୋର ୫ଟା ଯାଏଁ ଶୋଇବେ
– ଉଠିବା ପରେ ଯୋଗ ବ୍ୟାୟାମ କରିବା ଦ୍ୱାରା ଏକାଗ୍ରତା ବଢିଥାଏ
– ପରୀକ୍ଷା ସମୟରେ ବାହାର ତେଲଯୁକ୍ତ ଖାଦ୍ୟ ଖାଆନ୍ତୁ ନାହିଁ
– ସନ୍ତୁଳିତ ଓ ସୁଷମ ଖାଦ୍ୟ ଗ୍ରହଣ କରିବା ଆବଶ୍ୟକ
– ଦିନକୁ ୬ରୁ ୮ ଗ୍ଲାସ ଉଷୁମ ପାଣି ପିଅନ୍ତୁ
– ଏହା ଦ୍ୱାରା ଖାଦ୍ୟ ସହଜରେ ହଜମ ହୋଇଯିବ
– ଦିନକୁ ୫ଟି ଅଧିବେଶନରେ ବିଭକ୍ତ କରି ପାଠ ପଢନ୍ତୁ
– ଶୋଇବା ପୂର୍ବରୁ ଗରମ କ୍ଷୀର କିମ୍ବା ନଖ ଉଷୁମ ଲେମ୍ବୁ ପାଣି ପିଉନ୍ତୁ
– ଏହା ଦ୍ୱାର ଭଲ ନିଦ ହେଇଥାଏ, ପରଦିନ ମନ ଫୁର୍ତ୍ତି ରହିଥାଏ
ଛାତ୍ରୀଛାତ୍ରୀ ନିଜକୁ କିପରି ପ୍ରସ୍ତୁତ କରିବେ, ସେଥିପାଇଁ ଗଣଶିକ୍ଷା ବିଭାଗ ପକ୍ଷରୁ ଏଥିରେ ପରାମର୍ଶ ଦିଆଯାଇଛି । ରାଜ୍ୟର ସମସ୍ତ ହାଇସ୍କୁଲ ଯେପରି ‘ଜିରୋ ଏଫ୍ ମିଶନ’ ତଥା ଶତ ପ୍ରତିଶତ ରେଜଲ୍ଟ କରିବେ ସେ ଉପରେ ଗୁରୁତ୍ୱ ଦିଆଯାଇଛି । ସ୍କୁଲର ୫ ପ୍ର୍ରତିଶତ ପିଲା ଯେପରି ଏ-୧ ଗ୍ରେଡ୍ ହାସଲ କରନ୍ତି ସେଦିଗରେ ପଦକ୍ଷେପ ନେବାକୁ କୁହାଯାଇଛି । ସରକାରଙ୍କ ଏହି ପଦକ୍ଷେପକୁ ଶିକ୍ଷାବିତମାନେ ସ୍ୱାଗତ କରିଛନ୍ତି । ଏଭଳି କାର୍ଯ୍ୟକ୍ରମ ଦ୍ୱାରା ପିଲାମନେ ଭଲ କରିବେ ବୋଲି କହିଛନ୍ତି । ଅନ୍ୟପଟେ, ସରକାରଙ୍କ ଏହି ପଦକ୍ଷେପ କେତେ କାର୍ଯ୍ୟକାରୀ ହେଉଛି ତାକୁ ଅନୁଧ୍ୟାନ କରାଯାଉ ବୋଲି ଦାବି କରିଛି ଅଭିଭାବକ ମହାସଂଘ ।
ଏପଟେ ସ୍କୁଲ ଗୁଡିକରେ ଛାତ୍ରଛାତ୍ରୀଙ୍କ ଶତ ପ୍ରତିଶତ ଫଳାଫଳ ହେଲେ ପୁରସ୍କାର ଦିଆଯିବ ଓ ଖରାପ ରେଜଲ୍ଟ ହେଲେ କାର୍ଯ୍ୟାନୁଷ୍ଠାନର ମଧ୍ୟ ନିର୍ଦ୍ଦେଶ ରହିଛି । ଯଦି ବ୍ଲକର କୌଣସି ବିଦ୍ୟାଳୟରେ ଶତ ପ୍ରତିଶତ ରେଜଲ୍ଟ ନହୁଏ ତେବେ ବିଇଓ, ଏବିଇଓ, ପ୍ରଧାନଶିକ୍ଷକ, ସିଆରସିସି ଆଦି ଉତ୍ତରଦାୟୀ ରହିବେ । ସେହିପରି ଜିଲ୍ଲାରେ ଶତପ୍ରତିଶତ ରେଜଲ୍ଟ ହେଲେ, ସର୍ବାଧିକ ଏ-ୱାନ ଗ୍ରେଡ କରିଥିବା ତିନୋଟି ସ୍କୁଲକୁ ପୁରସ୍କୃତ କରାଯିବ ।