ଗଞ୍ଜେଇ ଚୋରା ଚାଲାଣ କରୁଥିଲେ ପ୍ରେମିକ-ପ୍ରେମିକା: ଗଂଜେଇ ବସ୍ତାକୁ ବାଇକରେ ଲଦି ମାଛକୁଣ୍ଡରୁ ଯାଉଥିଲେ ମଧ୍ୟପ୍ରଦେଶ

129

କନକ ବ୍ୟୁରୋ: ଗଂଜେଇ ଚୋରା ଚଲାଣ ପାଇଁ ବେପାରୀ ସାଜିଥିଲେ ପ୍ରେମିକ ପ୍ରେମିକା । କଥାଟା ଟିକେ କେମିତି କେମିତି ଲାଗୁଛି ନା । ଶୁଣିବାକୁ ଟିକେ ଆଶ୍ଚର୍ଯ୍ୟ ଲାଗୁଥିବ ନିଶ୍ଚୟ । ହେଲେ ଦେଖନ୍ତୁ ଏହି ଦୃଶ୍ୟକୁ । ଜବତ ଗଂଜେଇ ବସ୍ତା ପାଖରେ ଅଛନ୍ତି ପ୍ରେମୀ ଯୁଗଳ । ଏମାନେ ପ୍ରେମିକ-ପ୍ରେମିକା ସାଜି ବାଇକ୍ରେ ରାଜ୍ୟ ବାହାରକୁ ଚାଲାଣ କରୁଥିଲେ ଗଂଜେଇ । ହେଲେ ଗଂଜେଇ ବିକିବା ଆଗରୁ ଧରା ପଡିଗଲେ, ଆଉ ସବୁ ସ୍ୱପ୍ନ ଧୋଇ ଦେଲା ବୈପାରୀଗୁଡା ପୁଲିସ ।

ଏଭଳି ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜ୍ିଲ୍ଳା ବୈପାରିଗୁଡ଼ା ବ୍ଳକରେ । ଗଂଜେଇ ଚୋରା ଚଲାଣକୁ ରୋକିବା ପାଇଁ କୋରାପୁଟ ପୋଲିସ ଏକ ସ୍ୱତନ୍ତ୍ର ଟିମ ଗଠନ କରି ଗଂଜେଇ କରିଡ଼ର ପାଲଟିଥିବା ରାସ୍ତାରେ ପଇଁତରା ମାରୁଛି । ହେଲେ ପୁଲିସକୁ ଚକମା ଦେବା ପାଇଁ ଗଂଜେଇ ମାଫିଆ ନୂଆ ଫଣ୍ଡା ଆପଣାଉଛନ୍ତି । ପ୍ରେମିକ-ପ୍ରେମିକା ସାଜି ବାଇକରେ ଚୋରା ଚାଲାଣ କରୁଛନ୍ତିା କୋରାପୁଟର ମାଛକୁଣ୍ଡରୁ ମଧ୍ୟପ୍ରଦେଶକୁ ଗଂଜେଇ ଚାଲାଣ କରୁଥିବା ବେଳେ ୨ ଯୋଡ଼ା ପ୍ରେମୀ ଯୁଗଳଙ୍କୁ ଧରିଛି ବୈପାରିଗୁଡ଼ା ପୋଲିସ । ସେମାନଙ୍କ ପାଖରୁ ୬୦ କେଜି ଗଂଜେଇ ଓ ୨ଟି ବାଇକ ଜବତ ହୋଇଛି ।