ଇଣ୍ଡିଆନ ପବ୍ଲିକ୍ ସ୍କୁଲ୍ ସମ୍ବଲପୁରର ପ୍ରି-ପ୍ରାଇମେରୀ ବିଭାଗର ବାର୍ଷିକ କ୍ରୀଡ଼ା ଉତ୍ସବ ସମ୍ପନ୍ନ

67

କନକ ବ୍ୟୁରୋ: ଇଣ୍ଡିଆନ ପବ୍ଲିକ ସ୍କୁଲ ପରିସରରେ ପ୍ରି- ପ୍ରାଇମେରୀ ବିଭାଗର ବାର୍ଷିକ କ୍ରୀଡ଼ା ଉତ୍ସବ ଶନିବାର ମହାଆଡ଼ମ୍ବରରେ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଥିଲେ ବିଦ୍ୟାଳୟର ନିର୍ଦ୍ଦେଶକ କେଶବ ଡାଲମିଆ, ଚେୟାରମ୍ୟାନ ସୁମନ ଡାଲମିଆ ତଥା ବିଶିଷ୍ଟ ଅତିଥି ଥିଲେ ପୂଜା ସଚିନ ପାଠକ। ଅଧ୍ୟକ୍ଷ ସଚିନ ପାଠକ ତଥା ଅଭିଭାବକ ମାନଙ୍କର ଉପସ୍ଥିତିରେ କୁନି କୁନି ଛାତ୍ର ଛାତ୍ରୀଙ୍କ ରଙ୍ଗାରଙ୍ଗ ନୃତ୍ୟ ଗୀତର କାର୍ଯ୍ୟକ୍ରମ ଦ୍ୱାରା ଏହି ଉତ୍ସବର ଶୁଭାରମ୍ଭ ହୋଇଥିଲା । ଅଧ୍ୟକ୍ଷ ସଚିନ ପାଠକ ମୁଖ୍ୟ ଅତିଥି ତଥା ଅଭିଭାବକ ମାନଙ୍କର ସ୍ବାଗତ କରିବା ସହିତ ବିଦ୍ୟାଳୟରେ କ୍ରୀଡ଼ାର ମହତ୍ତ୍ଵ ବିଷୟରେ ଆଲୋକପାତ କରିଥିଲେ ।

ସେ କହିଥିଲେ, ପାଠପଢ଼ା ସହିତ ଖେଳକୁଦ ଦ୍ଵାରା ଛାତ୍ରଛାତ୍ରୀଙ୍କର ଶାରୀରିକ ଓ ମାନସିକ ବିକାଶ ହେବା ସହ ସେମାନଙ୍କର ସର୍ବାଙ୍ଗୀନ ଉନ୍ନତି ସାଧିତ ହୋଇଥାଏ । ଏହି ଅବସରରେ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମଧ୍ୟରେ ବିଭିନ୍ନ ପ୍ରକାର କ୍ରୀଡ଼ା ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା । ନର୍ସରୀ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ବେଲୁନ ବ୍ରାଷ୍ଟିଂ ଏବଂ ଫ୍ରଗ୍ ରେସ୍, ଏଲ୍. କେ. ଜି. ରେ ହଡଲସ୍ ଓ କେଣ୍ଡି ରେସ୍ ଏବଂ ୟୁ କେ. ଜି. ରେ ୫୦ ମି. ରେସ୍ ତଥା ବଲ୍ କଲେକ୍ଟିଂ ରେସ୍ ଭଳି ଅନେକ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା।

ଏହି କାର୍ଯ୍ୟକ୍ରମର ମୁଖ୍ୟ ସଞ୍ଚାଳିକା ଥିଲେ ପ୍ରି- ପ୍ରାଇମେରୀ ବିଭାଗର ବରିଷ୍ଠ ଶିକ୍ଷୟିତ୍ରୀ ନିଶି ବେରୀ । କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ରଶ୍ମି ରେଖା ପଣ୍ଡା, ରୋଶନୀ ସିଂ, ଓମ୍ ପ୍ରକାଶ ଧ୍ରୁବେ, ଦଶରଥ ମେହେର, ସୁବ୍ରତ ବେହେରା, ରଜନୀ ବର୍ମା, ଧରିତ୍ରୀ ଶତପଥୀ, କାଜଲ ସିଂ, ଦୀପକ ମଣ୍ଡଳ ଓ ଦୀପକ ମିଶ୍ର ଆଦି ଶିକ୍ଷକ ଶିକ୍ଷୟିତ୍ରୀଙ୍କର ମହତ୍ତ୍ଵପୂର୍ଣ୍ଣ ଭୂମିକା ରହିଥିଲା। ବିଜୟୀ ଛାତ୍ର ଛାତ୍ରୀଙ୍କୁ ମୁଖ୍ୟ ଅତିଥି ସୁମନ ଡାଲମିଆ, ଅଧ୍ୟକ୍ଷ ସଚିନ ପାଠକ ତଥା ବିଶିଷ୍ଟ ଅତିଥି ପୂଜା ସଚିନ ପାଠକ ମେଡାଲ ପ୍ରଦାନ କରିଥିଲେ ତଥା ସାମୂହିକ ରାଷ୍ଟ୍ରୀୟ ସଙ୍ଗୀତ ଗାନ କରିବା ସହିତ କାର୍ଯ୍ୟକ୍ରମର ସମାପନ କରାଯାଇଥିଲା।