କନକ ବ୍ୟୁରୋ: ମହାରାଷ୍ଟ୍ରରେ ଓମିକ୍ରନ୍ ସଂକ୍ରମିତ । ମହାରାଷ୍ଟ୍ରର ଜଣେ ୩୩ ବର୍ଷୀୟ ବ୍ୟକ୍ତି ଓମିକ୍ରନରେ ସଂକ୍ରମିତ ହୋଇଥିବା ଜଣାପଡିଛି । ଏନେଇ ମହାରାଷ୍ଟ୍ରର ସ୍ୱାସ୍ଥ୍ୟ ବିଭାଗ ତରଫରୁ ସୂଚନା ଦିଆଯାଇଛି । ତେବେ ମହାରାଷ୍ଟ୍ରରେ ପ୍ରଥମ କରି ଓମିକ୍ରନ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
Kanak News is now on WhatsApp
Join and get latest news updates delivered to you via WhatsApp
ମହାରାଷ୍ଟ୍ର ସ୍ୱାସ୍ଥ୍ୟ ବିଭାଗ ତରଫରୁ ମିଳିଥିବା ସୂଚନା ମୁତାବକ, ଏହି ବ୍ୟକ୍ତି ଜଣକ ଗତ ନଭେମ୍ବର ୨୪ ତାରିଖରେ ଦକ୍ଷିଣ ଆଫ୍ରିକାର କେପଟାଉନରୁ ଦୁବାଇ ଓ ଦିଲ୍ଲୀ ଦେଇ ମୁମ୍ବାଇରେ ପହଞ୍ଚିଥିଲେ । ସେ କୌଣସି ଟିକା ନେଇନାହାଁନ୍ତି । ତେବେ ୧୨ ଜଣ ହାଇରିସ୍କ କଣ୍ଟାକ୍ଟ ଓ ୨୩ ଜଣ ବୟସ୍କ ତାଙ୍କ ସହିତ ଲୋ-ରିସ୍କ କଣ୍ଟାକ୍ଟ ହୋଇଛନ୍ତି । ହେଲେ ସେମାନଙ୍କର ସମସ୍ତଙ୍କର ରିପୋର୍ଟ ନେଗେଟିଭ୍ ଆସିଛି । ସେହିପରି ତାଙ୍କ ସହିତ ଯାତ୍ରା କରିଥିବା ଦିଲ୍ଲୀ-ମୁମ୍ବାଇ ଫ୍ଲାଇଟର ସମସ୍ତ ଯାତ୍ରୀ ମଧ୍ୟ ନେଗେଟିଭି ଚିହ୍ନଟ ହୋଇଛନ୍ତି ।
#ମହାରାଷ୍ଟ୍ରରେ ‘#ଓମିକ୍ରନ’
ମହାରାଷ୍ଟ୍ରରେ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ । ୩୩ ବର୍ଷର ଜଣେ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ । କିଛି ଦିନ ତଳେ ଦକ୍ଷିଣ ଆଫ୍ରିକାରୁ ଫେରିଥିଲେ ସମ୍ପୃକ୍ତ ବ୍ୟକ୍ତି । #Maharastra #OmicronVarient pic.twitter.com/oqhQ6jp0bM— Kanak News (@kanak_news) December 4, 2021
ଏହାପୂର୍ବରୁ କର୍ଣ୍ଣାଟକ, ଗୁଜରାଟରୁ ଚିହ୍ନଟ ହୋଇଛନ୍ତି ଓମିକ୍ରନ ଆକ୍ରାନ୍ତ । ଜିମ୍ବାୱେରୁ ଜାମନଗରକୁ ଦୁଇ ଦିନ ତଳେ ଫେରିଥିବା ଜଣେ ୭୨ ବର୍ଷୀୟ ବ୍ୟକ୍ତିଙ୍କ ଠାରେ ଓମିକ୍ରନ ଭାରିଏଣ୍ଟ ମିଳିଛି । ତାଙ୍କୁ ପ୍ରଥମେ ଜ୍ୱର ହେବା ପରେ ସେ ଆରଟିପିସିଆର ଟେଷ୍ଟ କରାଇଥିଲେ, ଏଥିରେ ପଜିଟିଭ୍ ରିପୋର୍ଟ ଆସିଥିଲା । ଏହାପରେ ନମୁନାର ଜିନୋମ ସିକ୍ୱେନ୍ସିଂ କରାଯିବାରୁ ଜଣାପଡ଼ିଲା ଯେ, ସେ ଓମିକ୍ରନରେ ଆକ୍ରାନ୍ତ । ତାଙ୍କର ଏବେ ଚିକିତ୍ସା ଚାଲିଥିବା ବେଳେ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି । ପୂର୍ବରୁ କର୍ଣ୍ଣାଟକରୁ ୨ଜଣ ଓମିକ୍ରନ ପଜିଟିଭ ଚିହ୍ନଟ ହୋଇଥିଲେ ।