ଏଲୋନ୍ ମସ୍କ ବର୍ଷର ସବୁଠାରୁ ପ୍ରଭାବଶାଳୀ ବ୍ୟକ୍ତି : ଟାଇମ୍ ପତ୍ରିକାରେ ରିପୋର୍ଟ ପ୍ରକାଶ

71

କନକ ବ୍ୟୁରୋ : ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ଏବଂ ଇଲେକ୍ଟ୍ରିକ୍ କାର୍ କମ୍ପାନୀ ଟେସଲାର ମାଲିକ ଏଲୋନ୍ ମସ୍କଙ୍କୁ ଟାଇମ ପତ୍ରିକା ବର୍ଷର ଶ୍ରେଷ୍ଠ ବ୍ୟକ୍ତିତ୍ବ ବା ପର୍ସନ ଅଫ ଦି ଇୟର ଘୋଷଣା କରିଛି । ଏହି ତାଲିକା ପ୍ରତିବର୍ଷ ଟାଇମ୍ ପତ୍ରିକାର ସ୍ବତନ୍ତ୍ର ସଂସ୍କରଣରେ ପ୍ରକାଶ ପାଏ । ଏଥର ଏଲୋନ୍ ମସ୍କ ଏହି ଟାଇଟଲ୍ ପାଇଛନ୍ତି । ସେହପରି କରୋନା ମହାମାରୀର ବିଭୀଷିକା ମଧ୍ୟରେ ମାନବଜାତିର ତ୍ରାଣକର୍ତ୍ତା ପାଲଟିଥିବା ଟିକା ଉଦ୍ଭାବନକାରୀ ବୈଜ୍ଞାନିକମାନଙ୍କୁ ଏଥିଲେ ସ୍ଥାନ ଦିଆଯାଇଛି ।

ଏ ସମ୍ପର୍କରେ ଟାଇମର ସଂପାଦକୀୟରେ ସଂପାଦକ ଏଡୱାର୍ଡ ଫେଲସେଣ୍ଟାଲ ଲେଖିଛନ୍ତି – ‘ପର୍ସନ୍ ଅଫ୍ ଦି ଇୟର’ ଜଣେ ବ୍ୟକ୍ତିର ପ୍ରଭାବକୁ ଦର୍ଶାଇଥାଏ ଏବଂ ବହୁତ କମ୍ ଲୋକ ଅଛନ୍ତି ଯେଉଁମାନେ ପୃଥିବୀ ଉପରେ କିମ୍ବା ପୃଥିବୀ ବାହାରେ ଜୀବନ ଉପରେ ଏପରି ପ୍ରଭାବ ପକାଇଛନ୍ତି । ୨୦୨୧ରେ, ଏଲୋନ୍ ମସ୍କ କେବଳ ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ଭାବରେ ଉଭା ହୋଇନାହାଁନ୍ତି, ବରଂ ଆମ ସମାଜରେ ପରିବର୍ତ୍ତନର ସବୁଠାରୁ ବଡ ଉଦାହରଣ ପାଲଟିଛନ୍ତି ।

ଏବେ ସମଗ୍ର ବିଶ୍ବରେ ଏଲୋନ୍ ମସ୍କ ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି, ଯାହାର ସମ୍ପତ୍ତି ୨୬୫.୪ ବିଲିୟନ ଡ଼ଲାର୍ । ତାଙ୍କ ପରେ ଆମାଜନ ପ୍ରତିଷ୍ଠାତା ଜେଫ୍ ବେଜୋସ୍ ଅଛନ୍ତି, ଯାହାଙ୍କ ମୋଟ ସମ୍ପତ୍ତି ପରିମାଣ ୧୯୮.୩  ବିଲିୟନ ରହିଛି । ଏଥି ସହିତ, ବର୍ନାର୍ଡ ଆର୍ନାଲ୍ଟ ୧୯୫ ବିଲିୟନ ଡ଼ଲାର ସହିତ ତୃତୀୟ ସ୍ଥାନରେ ଅଛନ୍ତି ।