ଟ୍ରାଫିକ ପରିଚାଳନା କରୁଥିବା ମହିଳା ହୋମଗାର୍ଡଙ୍କୁ ଛୁରାମାଡ଼ : ନିୟମ ଭାଙ୍ଗି ଥିବା ଅଭିଯୋଗରେ ଗାଡ଼ି ଥାନାକୁ ନେବାରୁ ଛୁରିମାଡ଼ କଲେ ଉତ୍ୟକ୍ତ ଯୁବକ

ହୋମଗାର୍ଡ ଗୁରୁତର; ବ୍ରହ୍ମପୁର ଡାକ୍ତରଖାନାରେ ଭର୍ତ୍ତି

144

କନକ ବ୍ୟୁରୋ : ନିୟମ ଭାଙ୍ଗିଲେ, ଛୁରାମାଡ଼ କଲେ । କାର୍ଯ୍ୟରତ ମହିଳା ଟ୍ରାଫିକ କର୍ମଚାରୀଙ୍କୁ ଛୁରାମାଡ଼ । ଏଘଟଣା ଘଟିଛି ରାୟଗଡ଼ା ଜିଲ୍ଲା ଚାନ୍ଦଲି ଥାନା ଜେକେପୁରରେ । ହୋମଗାର୍ଡ଼ ରୀମା ବିଦିକା ଦାୟିତ୍ୱରେ ଥିବା ବେଳେ ଜଣେ ଯୁବକ ଟ୍ରାଫିକ ନିୟମକୁ ଉଲଂଘନ କରି ନିଜ ବାଇକକୁ ବସ୍ ଧକ୍କା ଦେଇଥିଲେ ।

ଏହାପରେ ହୋମଗାର୍ଡ଼ ରୀମା ସମ୍ପୃକ୍ତ ଯୁବକଙ୍କ ବାଇକକୁ ଚାନ୍ଦଲି ଥାନାକୁ ନେଇ ଜିମା ଦେଇଥିଲେ । ଏହାକୁ ନେଇ ରୀମା ଓ ସମ୍ପୃକ୍ତ ଯୁବକଙ୍କ ମଧ କଥା କଟାକଟି ହୋଇଥିଲା । ସେହି ସମୟରେ ସମ୍ପୃକ୍ତ ଯୁବକ ସେଠାରୁ ପଳାଇଯିବା ପରେ କିଛି ସମୟରେ ସେଠାକୁ ଫେରିଥିଲେ ଓ ରୀମାଙ୍କୁ ଛୁରାମାଡ଼ କରି ଫେରାର ହୋଇଯାଇଥିଲେ । ଏଥିରେ ହୋମଗାର୍ଡ଼ଙ୍କୁ ୬ଟି ସ୍ଥାନରେ ଆଘାତ ଲାଗିଛି । ତାଙ୍କୁ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ସ୍ଥାନ୍ତର କରାଯାଇଛି ।