ମସଲା କିଣିଲା ବେଳେ ସାବଧାନ! ବଜାରରେ ବିକ୍ରି ହେଉଛି ସିନ୍ଥେଟିକ୍ ରଙ୍ଗ ମିଶ୍ରିତ ମସଲା । ଖାଦ୍ୟ ସୁରକ୍ଷା ବିଭାଗର ଚଢାଉ।

103

କନକ ବ୍ୟୁରୋ: ବିଦେଶରେ ଭାରତୀୟ ମସଲାକୁ ନେଇ ବିବାଦ ଦେଖାଦେଇଛି । ଭାରତର କିଛି ପ୍ରମୁଖ କମ୍ପାନୀର ମସଲାରେ ଏଥିଲିନ୍ ଅକ୍ସାଇଡ୍ ନାମକ ରାସାୟନିକ ପଦାର୍ଥ ମିଶିଥିବା ଅଭିଯୋଗ ଆସିଛି । ଏପରି ସ୍ଥିତିରେ ଦେଶ ଭିତରେ ମଧ୍ୟ ମସଲାକୁ ନେଇ ବଡ଼ କାରନାମା ସାମ୍ନାକୁ ଆସିଛି । ହଳଦୀ ଓ ଲଙ୍କାଗୁଣ୍ଡରେ ମିଶୁଛି ପୋଷାକ ରଙ୍ଗ । ଉତ୍ତରପ୍ରଦେଶ ମୋଦୀନଗରରେ ଏକ ମସଲା ମିଲରେ ପୋଷାକ ରଙ୍ଗ ମିଶାଯାଉଥିବା ଧରାପଡିଛି । ହଳଦୀଗୁଣ୍ଡ ଓ ଲଙ୍କାଗୁଣ୍ଡରେ ସିନ୍ଥେଟିକ୍ ରଙ୍ଗ ଲଗାଯାଉଥିବା ଜଣାପଡିଛି ।

ଅନ୍ନପୂର୍ଣ୍ଣା ଫ୍ଲୋର୍ ନାମକ ଏକ ମିଲରୁ ପ୍ରାୟ ୨ ଶହ କେଜିର ହଳଦି ଏବଂ ୧୫୦ କେଜିର ନାଲି ଲଙ୍କା ଗୁଣ୍ଡ ଜବତ କରାଯାଇଛି । ଏହାସହ ଏହି ମିଲରୁ ବିଭିନ୍ନ ଢାବା, ରେସ୍ତୋରାଁକୁ ମସଲା ଯାଉଥିବା ବେଳେ ସେଠାରେ ମଧ୍ୟ ଚଢାଉ କରାଯାଇଛି । ଚଢାଉ ବେଳେ ମୋଟ ୩ କ୍ୱିଣ୍ଟାଲ ମସଲା ଜବତ କରାଯାଇଛି । ମସଲାକୁ ଅଧିକ ଆକର୍ଷଣୀୟ କରିବା ପାଇଁ ଏମିତି କରାଯାଉଥିବା କହିଛନ୍ତି ମସଲା ମିଲ୍ ମାଲିକ । ସଂଗୃହୀତ ନମୁନା ଗୁଡିକୁ ପରୀକ୍ଷଣ ପରେ ମାଲିକଙ୍କ ବିରୋଧରେ ଆଇଗତ କାର୍ଯ୍ୟାନୁଷ୍ଠାନ ନିଆଯିିବ । ସିନ୍ଥେଟିକ୍ ରଙ୍ଗ କେବଳ ଶିଳ୍ପ ବ୍ୟବହାର ପାଇଁ ଉଦ୍ଦିଷ୍ଟ ଥିବାବେଳେ ଏହା ମସଲାରେ ମିଶାଇବା ଏକ ଗୁରୁତର ଅପରାଧ ବୋଲି କହିଛନ୍ତି ଖାଦ୍ୟ ସୁରକ୍ଷା ବିଭାଗର ଅଧିକାରୀ ।
*ମସଲାରେ ପୋଷାକ ରଙ୍ଗ
*ଉତରପ୍ରଦେଶରେ ମସଲାକୁ ନେଇ ବଡ଼ କାରନାମା
*ହଳଦୀ ଓ ଲଙ୍କାଗୁଣ୍ଡରେ ମିଶୁଛି ପୋଷାକ ରଙ୍ଗ
*ହଳଦୀଗୁଣ୍ଡ ଓ ଲଙ୍କାଗୁଣ୍ଡରେ ମିଶୁଛି ସିନ୍ଥେଟିକ୍ ରଙ୍ଗ
*ପ୍ରାୟ ୨ ଶହ କେଜିର ହଳଦି ଓ ୧୫୦ କେଜିର ଲଙ୍କାଗୁଣ୍ଡ ଜବତ
*ଅନ୍ନପୂର୍ଣ୍ଣା ଫ୍ଲୋର୍ ନାମକ ଏକ ମିଲରେ ଚଢ଼ାଉ
*ବିଭିନ୍ନ ଢାବା, ରେସ୍ତୋରାଁରେ ବି ମାରାଥନ ଚଢାଉ
*ଚଢାଉ ବେଳେ ମୋଟ ୩ କ୍ୱିଂଟାଲ ମସଲା ଜବତ
*ପରୀକ୍ଷଣ ପାଇଁ ପଠାଗଲା ମସଲାର ସଂଗୃହୀତ ନମୁନା
*ମାଲିକଙ୍କ ବିରୋଧରେ ନିଆଯିବ ଆଇଗତ କାର୍ଯ୍ୟାନୁଷ୍ଠାନ
*ମସଲାକୁ ଅଧିକ ଆକର୍ଷଣୀୟ କରିବା ପାଇଁ ମିଶାଯାଉଛି ରଙ୍ଗ
*ସିନ୍ଥେଟିକ୍ ରଙ୍ଗ କେବଳ ଶିଳ୍ପ ପାଇଁ ବ୍ୟବହାର ହୋଇଥାଏ
*ଅପମିଶ୍ରଣ ମସଲା ଉପରେ ଖାଦ୍ୟ ସୁରକ୍ଷା ବିଭାଗର ନଜର