ମହାନଦୀ ପଠାରେ କୁମ୍ଭୀର ଆତଙ୍କ : ସାତକୋଶିଆ ଗଣ୍ଡରୁ କୁମ୍ଭୀର ଚାଲିଆସିଥିବା ଆଶଙ୍କା

ନରସିଂହପୁର ଏକଡାଳ ନିକଟରେ କୁମ୍ଭୀରକୁ ଦେଖି ଭୟଭିତ ସ୍ଥାନୀୟ ବାସିନ୍ଦା

179

କନକ ବ୍ୟୁରୋ : ମହାନଦୀ ପଠାରେ କୁମ୍ଭୀର ଆତଙ୍କ । ଡିମିରିଆ ପରେ ଏବେ ଏକଡାଳ ମହାନଦୀ କୂଳରେ କୁମ୍ଭୀରକୁ ଦେଖି ଛାନିଆ ହୋଇଯାଇଛନ୍ତି ସ୍ଥାନୀୟ ବାସିନ୍ଦା । ସାତକୋଶିଆ ଗଣ୍ଡରୁ କୁମ୍ଭୀର ମହାନଦୀକୁ ଚାଲିଆସିଥିବା ଲୋକେ ଆଶଙ୍କା କରୁଛନ୍ତି । ନରସିଂହପୁର ଏକଡାଳ ନିକଟରେ କୁମ୍ଭୀରକୁ ଦେଖି ସ୍ଥାନୀୟ ଲୋକେ ନଦୀକୁ ଯିବାକୁ ଭୟ କରୁଛନ୍ତି । ତେବେ ଘଡିଆଳ କୁମ୍ଭୀର ବଂଶବୃଦ୍ଧି ପାଇଁ ଗତ ୨ ତାରିଖରେ ନନ୍ଦନକାନନରୁ ୪ଟି କୁମ୍ଭୀର ଆଣି ସାତକୋଶିଆ ଗଣ୍ଡରେ ଛାଡିଛି ବନ ବିଭାଗ । ବିଭିନ୍ନ ସମୟରେ ଏକଡାଳ, ଘୋରାଡିଆ, ଡିମିରିଆ, ନୂଆପାଟଣା, ଚକ୍ରଗଡ, ଆଦି ବିଭିନ୍ନ ନଦୀ କୂଳିଆ ଗାଁ ନିକଟ ଘାଟରେ ସେହି କୁମ୍ଭୀରଙ୍କୁ ଦେଖିବାକୁ ମିଳୁଛି ।