କ୍ଷୀର ସହ ମିଶାଇ ସେବନ କରନ୍ତୁ ଏହି ଦୁଇଟି ଜିନିଷ । ବ୍ଳଡ୍ ସୁଗାର ନିୟନ୍ତ୍ରଣ କରିବାର ରାମବାଣ ଉପାୟ ।

296

କନକ ବ୍ୟୁରୋ: ଆଜିକାଲି ଅନେକ ବ୍ୟକ୍ତି ଡାଇବେଟିସ୍ ପରି ସମସ୍ୟା ଭୋଗୁଛନ୍ତି । ତେବେ ଜୀବନ ଶୈଳୀରେ ପରିବର୍ତ୍ତନ ,ଖାଇବା ପିଇବାରେ ଅନିୟମିତତା ଯୋଗୁଁ ରକ୍ତରେ ଗ୍ଲୁକୋଜ୍ ସ୍ତର ବଢାଇଦେଇଥାଏ । ଫଳରେ ମାନସିକ ବିଷାଦ, ବାମମ୍ବାର ପରିସ୍ରା ଲାଗିବା, ମୁଣ୍ଡ ବୁଲାଇବା, ବାରମ୍ବାର ଶୋଷ ଲାଗିବା ପରେ ସମସ୍ୟା ଦେଖାଦେଇଥାଏ । ଏଥିପାଇଁ ଆୟୁର୍ବେଦିକ ଠାରୁ ଆରମ୍ଭ କରି ଏଲୋପାଥି ଔଷଧ ସେବନ କରି ନୟାନ୍ତ ହେଉଛନ୍ତି । ହେଲେ ଏପରି କିଛି ଘରୋଇ ଉପଚାର ଅଛି ଯାହା ସେବନ କରିବା ଅତି ସହଜ ଏବଂ ଆପଣଙ୍କୁ ଏପରି କିଛି ଜିନିଷ ସେବନ କରିବାକୁ ପଡିବ ଯାହା ସହଜରେ ଆପଣଙ୍କ ରୋଷେଇ ଘରେ ହିଁ ଉପଲବ୍ଧ ।

ଏପରି ସମସ୍ୟାରୁ ମୁକ୍ତି ପାଇବାକୁ ଦୈନନ୍ଦିନ ଖାଇବାରେ ସାମିଲ କରନ୍ତୁ ମାତ୍ର ଏହି ୨ଟି ଜିନିଷ ଯାହା ଖୁବ୍ କମ୍ ଦିନରେ ଆପଣଙ୍କର ଏହି ସମସ୍ୟାକୁ ଦୂରେଇଦେବ ।
* ଆମେ ଜାଣୁ ଯେ କ୍ଷୀରରେ ପ୍ରୋଟିନ୍ ସହ କ୍ୟାଲସିୟମ, ଜିଙ୍କ, ଭିଟାମିନ୍ -ଡି ଓ ପୋଟସିୟମ ମାତ୍ରା ଭରପୁର ଥାଏ । ବିଶେଷଜ୍ଞଙ୍କ ମତାନୁସାରେ, ଡାଇବେଟିସ୍ ରୋଗୀଙ୍କ ପାଇଁ କ୍ଷୀର ବେଶ ଉପାଦେୟ । ହେଲେ ରକ୍ତରୁ ଗ୍ଲୁକୋଜ୍ ମାତ୍ରା କମାଇବାକୁ ବା ନିୟନ୍ତ୍ରଣରେ ରଖିବାକୁ ଏଥିରେ ହଳଦି ମିଶାଇ ପିଅନ୍ତୁ । ହଳଦିରେ ଆଣ୍ଟି ଅକ୍ସିଡାଣ୍ଟ,ଆଣ୍ଟି ବ୍ୟାକ୍ଟେରିଆଲ ତତ୍ତ୍ୱ ରହିଛି । ତେଣୁ ୧ ଗ୍ଲାସ କ୍ଷୀରରେ ୨ ଚିମୁଟା ହଳଦୀ ମିଶାଇ ପ୍ରତିଦିନ ପାନ କଲେ ଶରୀରର ପ୍ରତିଶେଧକ ଶକ୍ତି ବଢିବା ସହ ଗ୍ଲୁକୋଜ୍ ସ୍ତର ନିୟନ୍ତ୍ରଣରେ ରହିବ ।

*ଡାଲଚିନିରେ ଆଇରନ, ପୋଟାସିୟମ ଓ ଭିଟାମିନର ମାତ୍ରା ଥାଏ । ରାତିରେ ଶୋଇବା ପୂର୍ବରୁ ଗ୍ଲାସ କ୍ଷୀରରେ ଡାଲଚିନି ପାଉଡର ମିଶାଇ ପିଇଲେ ମଧ୍ୟ ଡାଇବେଟିସ୍ ସମସ୍ରାରୁ ସହଜରେ ମୁକ୍ତି ମିଳିଥାଏ । ରକ୍ତ କଣିକାରେ ଗ୍ଲୁକୋଜ୍ ମାତ୍ରା ନିୟନ୍ତ୍ରିତ ହୋଇଥାଏ ।