କନ୍ଧମାଳର ଡାମେରିକିଆ ଜଙ୍ଗଲରେ ଭୟାବହ ଅଗ୍ନିକାଣ୍ଡ: ଆଖପାଖର ୬ଟି ପାହାଡରେ ଲାଗିଛି ନିଆଁ

80

କନକ ବ୍ୟୁରୋ: ଖରାଦିନ ଆରମ୍ଭ ନହେଉଣୁ ଜଙ୍ଗଲରେନିଆଁ ଲାଗିଛି । କନ୍ଧମାଳ ଜିଲ୍ଲା ବାଲିଗୁଡା ଜଙ୍ଗଲ ଡିଭିଜନର ଡାମେରିକିଆ ଜଙ୍ଗଲ ଜଳୁଛି । ଦିନ ରାତି ଦ୍ରୁତ ଗତିରେ ନିଆଁ ଜଙ୍ଗଲରେ ବ୍ୟାପୁଥିବାରୁ ବହୁ ମୂଲ୍ୟବାନ ପୋଡି ନଷ୍ଟ ହୋଇଛି । ସେପଟେ ଜଙ୍ଗଲ ଜଳୁଥିବାରୁ ଭୟଭୀତ ହୋଇଛନ୍ତି ଜୀବଜନ୍ତୁ । କେ ନୂଆଗାଁ ରେଞ୍ଜ ଅଧିନରେ ଥିବା ଡାମେରିକିଆ ଜଙ୍ଗଲ ନିଅାଁ ଏବେ ଆଖପାଖର ୬ଟି ପାହାଡକୁ ବ୍ୟାପି ଯାଇଛି । ଜଙ୍ଗଲ ନିଆଁକୁ ଲିଭାଇବା ପାଇଁ ପ୍ରଶାସନ ପ କ୍ଷରୁ ଆରମ୍ଭ ହୋଇଛି । ହେଲେ ଜଙ୍ଗଲର ଅଧିକ ଅଂଚଳକୁ ନିଆଁ ମାଡିଯାଇଥିବାରୁ ଆୟତ କରିବାରେ ବିଳମ୍ବ ହେଉଛି । ସେପଟେ ସ୍ଥାନୀୟ ଲୋକଙ୍କୁ ଜଙ୍ଗଲରେ ନିଆଁ ନଲଗାଇବାକୁ ପ୍ରଶାସନ ପକ୍ଷରୁ ସଚେତନ କରାଯାଉଛି ।

ସେପଟେ ଆଠଗଡ ବନଖଣ୍ଡର ଖୁଣୁଟୁଣୀ ବନାଂଚଳର ଶଂଖପୋଇ ସଂରକ୍ଷିତ ଜଙ୍ଗଲରେ ମଧ୍ୟ ନିଆଁ ଲାଗିଛି । ଖରାଦିନ ଯୋଗୁଁ ଶୁଖିଲା ଝରାପତ୍ର ଯୋଗୁଁ ଜଙ୍ଗଲ ନିଆଁ ଦେଖୁ ଦେଖୁ ଅଧିକ ଅଂଚଳକୁ ମାଡି ଯାଉଛି । ଫଳରେ ଏହି ସଂର କ୍ଷିତ ଜଙ୍ଗଲରେ ଥିବା ବହୁ ଜଙ୍ଗଲି ଜନ୍ତୁଙ୍କ ଜୀବନ ବିପଦରେ ପଡିଛି । ହେଲେ ନିଆଁକୁ ଆୟତ କରିବା ପାଇଁ ବନ ବିଭାଗ ପ କ୍ଷରୁ କୌଣସି ଉଦ୍ୟମ ବର୍ତମାନ ସୁଦ୍ଧା ଆରମ୍ଭ ହୋଇନାହିଁ । ଗୁରୁଡିଝାଟିଆ ସାଉରିଆ ଶଂଖପୋଇ ସଂରକ୍ଷିତ ଜଙ୍ଗଲରେ ନିଆଁ ଲାଗିଥିଲେ ମଧ୍ୟ ବନ ବିଭାଗ କର୍ମଚାରୀଙ୍କ ଦେଖା ମିଳୁ ନାହିଁ । ତୁରନ୍ତ ଜଙ୍ଗଲ ନିଆଁକୁ ଆୟନକଲେ ସଂପୂଣ୍ଣ ର୍ ଜଙ୍ଗଲ ଜଳିଯିବା ଆଶଙ୍କା ଦେଖା ଦେଇଛି ।