ତାତିରୁ ମିଳୁନି ତ୍ରାହି: ଦିନ ସାଢେ ୨ଟା ସୁଦ୍ଧା ୫ଟି ସହରରେ ୪୦ ଡିଗ୍ରୀ ଉପରେ ତାପାମତ୍ରା

127

କନକ ବ୍ୟୁରୋ: ତାତିରୁ ମିଳୁନି ତ୍ରାହି । ଦିନ ସାଢେ ୨ ଟା ସୁଦ୍ଧା ରାଜ୍ୟରେ ୫ଟି ସହରର ତାପମାତ୍ରା ୪୦ ଡିଗ୍ରୀ ପାର କରିଛି । ଝାରସୁଗୁଡାରେ ସର୍ବାଧିକ ୪୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ସମ୍ବଲପୁରରେ ୪୧.୮ ଡିଗ୍ରୀ ତାପମାତ୍ରା ଥିବାବେଳେ ଭୁବନେଶ୍ୱରର ୪୦.୨ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ସେହିପରି ଚାନ୍ଦବାଲି ଓ ହୀରାକୁଦରେ ୪୦ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ତେବେ ୨ଦିନ ମଧ୍ୟରେ ୩ରୁ ୫ଡିଗ୍ରୀ ଯାଏଁ ତାପମାତ୍ରା ବଢିବା ନେଇ ପାଣିପାଗ ବିଭାଗ ଆକଳନ କରିଛି । ଏବଂ ୨ଦିନ ପାଇଁ ହିଟ୍ ୱେଭ ଜାରି କରିଛି ପାଣିପାଗ ବିଭାଗ । ଆଜି ପାଇଁ ପର୍ଯ୍ୟନ୍ତ ୭ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଝାରସୁଗୁଡା, ସୁନ୍ଦରଗଡ, କେନ୍ଦୁଝର, ମୟୁରଭଂଜ, ସମ୍ବଲପୁର, ଅନୁଗୁଳ, ଦେବଗଡ ପାଇଁ ୟୋଲୋ ୱାର୍ଣ୍ଣି ଜାରି କରାଯାଇଛି । ଆସନ୍ତାକାଲି ୬ଟି ଜିଲ୍ଲାକୁ ଗ୍ରୀଷ୍ମ ପ୍ରବାହ ପାଇଁ ସତର୍କବାଣୀ ଜାରି କରାଯାଇଛି । ଗତକାଲି ୮ଟି ସହରରେ ୪୨ଡିଗ୍ରୀ ଉପରେ ରହିଛି ତାପମାତ୍ରା । ଏବଂ ୨୫ଟି ସହରରେ ତାପମାତ୍ରା ୪୦ଡିଗ୍ରୀ ଉପରେ ରହିଥିଲା ।

ଦିନ ୨.୩୦ ସୁଦ୍ଧା ତାପମାତ୍ରା
ଝାରସୁଗୁଡା – ୪୨.୦ ଡିଗ୍ରୀ
ସମ୍ବଲପୁର – ୪୧. ୮ ଡିଗ୍ରୀ
ଭୁବନେଶ୍ୱର – ୪୦.୨ ଡିଗ୍ରୀ
ଚାନ୍ଦବାଲି – ୪୦.୦ ଡିଗ୍ରୀ
ହୀରାକୁଦ – ୪୦.୦ ଡିଗ୍ରୀ
କେନ୍ଦୁଝର – ୩୮.୦ ଡିଗ୍ରୀ
ବାଲେଶ୍ୱର – ୩୬.୪ ଡିଗ୍ରୀ
ଗୋପାଳପୁର – ୩୩.୨ ଡିଗ୍ରୀ
ପୁରୀ – ୩୩.୨ ଡିଗ୍ରୀ
ପାରାଦୀପ – ୩୨.୪ ଡିଗ୍ରୀ