ସଂସଦରେ କୃଷିମନ୍ତ୍ରୀଙ୍କ ବଡ଼ ବୟାନ, ‘ଆନ୍ଦୋଳନବେଳେ ହୋଇ ନାହିଁ ଚାଷୀ ମୃତ୍ୟୁ’

120

କନକ ବ୍ୟୁରୋ : ସଂସଦର ଶୀତକାଳିନ ଅଧିବେଶନରେ ବୁଧବାର ଏଭଳି ବୟାନ ଦେଇଛନ୍ତି କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ ସିଂହ ତୋମାର । ସେ କହିଛନ୍ତି, ଆନ୍ଦୋଳନ ବେଳେ ମୃତ୍ୟୁ ହୋଇଥିବା ଚାଷୀଙ୍କ ବିଷୟରେ କୌଣସି ପ୍ରକାରର ତଥ୍ୟ କୃଷି ମନ୍ତ୍ରାଳୟ ପାଖରେ ନାହିଁ । ତେଣୁ କୃଷକ ପରିବାରକୁ କୌଣସିପ୍ରକାର ସହାୟତା ଦେବାର ପ୍ରଶ୍ନ ଉଠୁନି । କେନ୍ଦ୍ର କୃଷି ମନ୍ତ୍ରୀ ପ୍ରଶ୍ନର ଲିଖିତ ଉତରରେ ଏ ପ୍ରକାର କହିଛନ୍ତି । ପ୍ରଶ୍ନ ଥିଲା-
ସରକାରଙ୍କ ପାଖରେ କୃଷକ ଆନ୍ଦୋଳନ ସମୟରେ ମୃତ୍ୟୁ ବରଣ କରିଥିବା ଚାଷୀଙ୍କର ବିଷୟରେ କିଛି ତଥ୍ୟ ଅଛି କି? ସରକାର ସେମାନଙ୍କୁ କୌଣସି ପ୍ରକାରର ସହାୟତା ଦେବାପାଇଁ ଚିନ୍ତା କରୁଛନ୍ତି କି?
ଏହାର ଉତରରେ କେନ୍ଦ୍ର ସରକାର କହିଛନ୍ତି ଚାଷୀ ମୃତ୍ୟୁ ନେଇ କୃଷି ମନ୍ତ୍ରାଳୟ ପାଖରେ କୌଣସି ପ୍ରକାର ତଥ୍ୟ ନାହିଁ । ଏହାକୁ ନେଇ ନେଇ ଚାଷୀମାନେ ପୁଣି ଆନ୍ଦୋଳନକୁ ଓହ୍ଲାଇଛନ୍ତି ।

 ସେପଟେ ରାଜ୍ୟସଭାରୁ ନୀଲମ୍ବିତ ହେବା ପରେ ସଂସଦ ବାହାରେ ଗାନ୍ଧୀ ମୂର୍ତୀ ତଳେ ଆନ୍ଦୋଳନରେ ବସିଛନ୍ତି ନୀଲମ୍ବିତ ସାସଂଦ । ଶୀତକାଳିନ ଅଧିବେଶନ ନସରିବା ପର୍ଯ୍ୟନ୍ତ ସେମାନେ ଏଭଳି ଆନ୍ଦୋଳନରେ ବସିବେ ବୋଲି କହିଛନ୍ତି । ଗତ ମୌସୁମୀ ଅଧିବେଶନବେଳେ ଗୃହକାର୍ଯ୍ୟରେ ବାଧା ସୃଷ୍ଟି କରିବା ସହ ହାତାହାତି କରିଥିବା ଅଭିଯୋଗରେ କଂଗ୍ରେସର ୬, ଟିଏମସିର ୨, ଶିବସେନାର ୨, ସିପିଏମ୍ ଓ ସିପିଆଇର ଜଣେ ଲେଖାଏଁ ସାଂସଦଙ୍କୁ ଶୀତ ଅଧିବେଶନରୁ ନୀଲମ୍ବନ କରାଯାଇଛି ।

 ଗୋଟିଏ ପଟେ କୃଷି ଆଇନ ପ୍ରତ୍ୟାହାର ହୋଇଥିବାବେଳେ ଚାଷୀଙ୍କ ସମସ୍ୟା ଏବେ ବି ସମାଧାନ ହୋଇ ନଥିବା କୃଷକ ସଂଘ କହୁଛି । ଏପରି ସମୟରେ ଚାଷୀ ମୃତ୍ୟୁକୁ ନେଇ କେନ୍ଦ୍ର ସରକାରଙ୍କ ଏଭଳି ମନ୍ତବ୍ୟ ଆଗକୁ କେଉଁ ମୋଡ ନେଉଛି ତାହା ଦେଖିବାକୁ ବାକି ରହିଲା ।