କରୋନାର ନୂଆ ଭୁତାଣୁ ଓମିକ୍ରନକୁ ନେଇ ବଢୁଛି ବିଶ୍ୱବାସୀଙ୍କ ଚିନ୍ତା । ବିଶ୍ୱର ୨୧ ଟି ଦେଶକୁ ବ୍ୟାପି ସାରିଲାଣି ଓମିକ୍ରନ ।

230

କନକ ବ୍ୟୁରୋ : କରୋନା ଭୁତାଣୁର ନୂଆ ଭାରିଆଂଟ ଓମିକ୍ରନ ଏବେ ସାରା ବିଶ୍ୱବାସୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ବର୍ତମାନ ପର୍ଯ୍ୟନ୍ତ ଏ ଭୁତାଣୁ ବିଶ୍ୱର ୨୧ ଟି ଦେଶକୁ ବ୍ୟାପି ସାରିଲାଣି । ଫଳରେ ଭାରତ ସରକାର ମଧ୍ୟ ଓମିକ୍ରନ ନେଇ କଟକଣା ଲଗାଇଛନ୍ତି । ଓମିକ୍ରନ ଭୁତାଣୁର ଭୟାବହତାକୁ ଦୃଷ୍ଟିରେ ରଖି ଦେସର ସମସ୍ତ ବିମାନବନ୍ଦରରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ସେହପରି ଆସନ୍ତା ୧୫ ତାରିଖରୁ ଚାଲିବାକୁ ଥିବା ଅନ୍ତର୍ଜାତୀୟ ବିମାନ ଚଳାଚଳକୁ ବର୍ତମାନ ପାଇଁ ସ୍ଥଗିତ ରଖାଯାଇଛି । ବିମାନ ବନ୍ଦର ଗୁଡିକରେ କୋଭିଡ ଆର୍ଟି – ପିସିଆର ଟେଷ୍ଟ କୁ ବାଧ୍ୟତା ମୂଳକ କରିଛନ୍ତି କେନ୍ଦ୍ର ସରକାର । ମୁମ୍ବାଇ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଘରୋଇ ବିମାନ ଯାତ୍ରୀଙ୍କ ପାଇଁ ମଧ୍ୟ ଆରଟି-ପିସିଆର ଟେଷ୍ଟ ରିପୋର୍ଟକୁ ବାଧ୍ୟତାମୂଳକ କରାଯାଇଛି ।

ଧିରେ ଧିରେ କାୟା ବିସ୍ତାର କରିବାରେ ଲାଗିଛି କରୋନାର ନୂଆ ପ୍ରଜାତି ଓମିକ୍ରନ । କାନାଡା, ବ୍ରାଜିଲ, ହଙ୍ଗକଙ୍ଗ, ନେଦରଲାଣ୍ଡ, ବେଲଜିୟମ, ଆଦି ୨୦ଟି ଦେଶ ପରେ ଏବେ ସାଉଦି ଆରବରେ ମଧ୍ୟ ଚିହ୍ନଟ ହୋଇଥିବା ସୂଚନା ମିଳିଛି । ସମେତ ଏ ପର୍ଯ୍ୟନ୍ତ ବିଶ୍ୱର ୨୧ ଟି ଦେଶରେ ବ୍ୟାପି ସାରିଛି ଓମିକ୍ରନ । ଏହାର ଭୟାବହତା କୁ ଦୃଷ୍ଟିରେ ରଖି କେନ୍ଦ୍ର ସରାକାର କଟକଣା କୁ କଡାକଡି କରିଛନ୍ତି । ଫଳରେ ବିଦେଶରୁ ଫେରୁଥିୁବା ଯାତ୍ରୀଙ୍କ ପାଇଁ ବିମାନବନ୍ଦରରେ କୋଭିଡ ଆରଟି-ପିସିଆର ଟେଷ୍ଟ ବାଧ୍ୟତା ମୂଳକ କରାଯାଇଛି । ଅନ୍ୟପଟେ କଟକଣା ପାଇଁ ଅନେକ ଯାତ୍ରୀ ହନ୍ତସନ୍ତ ହେଉଥିବା ଦିଲ୍ଲୀ ଏୟାରପୋର୍ଟରେ ଦେଖିବାକୁ ମିଳିଛି । ଟେଷ୍ଟ ପାଇଁ ଅଧିକ ଟଙ୍କା ନିଆଯିବା ସହ ଅଧିକ ସମୟ ଧରି ହଇରାଣ ହେବାକୁ ପଡୁଥୁବା ଯାତ୍ରୀମାନେ କହିଛନ୍ତି ।

କରୋନାର ଏହି ନୂଆ ପ୍ରଜାତି ଓମିକ୍ରନ କୁ ଭାରିଆଂଟ ଅଫ କନର୍ସନ ବୋଲି କହିବା ସହ ଏହା ବିଶ୍ୱ ସମୂହ ପାଇଁ ବଡ ବିପଦ ବୋଲି ଘୋଷଣା କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ଅନ୍ୟପଟେ ଭୁତାଣୁ କୁ ନେଇ ଭୟ ନକରି ସର୍ତକତା ଅବଲମ୍ବନ କରିବାକୁ କହିଛନ୍ତି ଭାରତ ସରକାର ।