ଆଜି ବିଶ୍ୱକପର ଶେଷ ଲିଗ ମ୍ୟାଚ: ଭାଇରାଲ ହେଉଛି ଟିମ ଇଣ୍ଡିଆର ଦୀପାବଳି ସେଲିବ୍ରେସନ

358

କନକ ବ୍ୟୁରୋ: ଆଜି ଭାରତ ବିଶ୍ୱକପ୍ର ଶେଷ ଲିଗ୍ ମ୍ୟାଚ୍ ଖେଳିବ । ବେଙ୍ଗାଳୁରୁରେ ନେଦରଲାଣ୍ଡ୍ସ ସହ ହେବ ମୁକାବିଲା । ହେଲେ ମ୍ୟାଚ୍ ପୂର୍ବରୁ ଦିୱଲୀ ସେଲିବ୍ରେସନ୍ କରିଛନ୍ତି ଟିମ୍ ଇଣ୍ଡିଆର ଖେଳାଳି । ବେଙ୍ଗାଳୁରୁରେ ଏହି ଉତ୍ସବ ଆୟୋଜନ କରାଯାଇଥିଲା । ଏଥିରେ ପରିବାର ସହ ପହଂଚିଥିଲେ ଟିମ୍ ଇଣ୍ଡିଆର ଖେଳାଳି, କୋଚ୍ ଓ ଅନ୍ୟ ସଦସ୍ୟମାନେ । ସମସ୍ତଙ୍କୁ ପାରମ୍ପରିକ ପୋଷାକରେ ଦେଖିବାକୁ ମିଳିଥିଲା । ବିସିସିଆଇ ପକ୍ଷରୁ ଦିୱାଲୀ ସେଲିବ୍ରେସନର ଭିଡିଓ ସେୟାର କରାଯାଇଛି । ଏହି ସମୟର ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ବେସ୍ ଭାଇରାଲ ହେଉଛି ।