କନକ ବ୍ୟୁରୋ: ଚିଲିକା ମଝିରେ ଫସିଲା ଯାତ୍ରୀବାହୀ ଡଙ୍ଗା । ମଏଁସା ଗାଁ ନିକଟରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଡଙ୍ଗାଟି ଫସିଯାଇଥିଲା । ଡଙ୍ଗାରେ ୩୦ ଜଣ ଯାତ୍ରୀ ଥିବା ବେଳେ ୧୦ଟି ବାଇକ୍ ମଧ୍ୟ ଥିଲା । ଡଙ୍ଗାଟି ସକାଳ ସାଢ଼େ ୯ଟାରୁ ସାତପଡ଼ାରୁ ଜହ୍ନିକୁଦା ଅଭିମୁଖେ ବାହାରିଥିଲା । ତେବେ ମଏଁସା ନିକଟରେ ଥିବା ଡଙ୍ଗାର ଯାନ୍ତ୍ରିକ ତ୍ରୁଟି ଦେଖା ଦେଇଥିଲା । ଫଳରେ ଡଙ୍ଗାଟି ମଝି ନଈରେ ଫସି ରହିଥିଲା । ତେବେ ଡଙ୍ଗା ଚାଳକ ଆହୁଲ ମାରି ଗାଁ ନିକଟରେ ଥିବା ଏକ କୁଦରେ ଡଙ୍ଗାକୁ ଲଗାଇଥିଲେ ।