ତଥାଗତ ବନାମ ତୋମାର ! ତଥାଗତଙ୍କୁ ହିନ୍ଦିରେ ଚିଠି ଲେଖିବା ପ୍ରସଙ୍ଗରେ ଜବାବ ରଖିଲେ ତୋମାର

24

କନକ ବ୍ୟୁରୋ: ସାଂସଦ ତଥାଗତ ଶତପଥିଙ୍କୁ କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାରଙ୍କ ହିନ୍ଦିରେ ଚିଠି ଲେଖିବା ପ୍ରସଙ୍ଗରେ ଜବାବ ରଖିଛନ୍ତି ତୋମାର । ତୋମାର କହିଛନ୍ତି, ସେ କାହାକୁ ହିନ୍ଦି ଶିଖିବାକୁ ବାଧ୍ୟ କରୁନାହାଁନ୍ତି । ଯଦି ତଥାଗତଙ୍କର ହିନ୍ଦି ଭାଷା ଉପରେ ଆପତ୍ତି ଅଛି ତେବେ ସେ ବିଚାର କରିବେ କେଉଁ ଭାଷାରେ ଚିଠି ଲେଖାଯିବ ।

ତେବେ ଏହି ପ୍ରସଙ୍ଗରେ କଟାକ୍ଷ କରି କହିଛନ୍ତି ପ୍ରଥମେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କୁ ଓଡ଼ିଆ ଶିଖାନ୍ତୁ । ଗତ ୧୧ ତାରିଖରେ କେନ୍ଦ୍ର ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର, ପ୍ରଧାନମନ୍ତ୍ରୀ ମୋଦିଙ୍କ ନ୍ୟୁ ଇଣ୍ଡିଆ ଅଭିଯାନ ସଂପର୍କରେ ଏକ ଚିଠି ହିନ୍ଦିରେ ଲେଖିଥିଲେ । ଯେଉଁଥିରେ ଜିଲ୍ଲା, ପଂଚାୟତ ଏବଂ ବ୍ଲକ୍ ସ୍ତରରେ ଗ୍ରାମସଭା ଆଦି କରିବାକୁ ଏଥିରେ ଲେଖାଯାଇଥିଲା ।

ଚିଠିଟି ହିନ୍ଦିରେ ଥିବାରୁ ସାଂସଦ ପଢ଼ିବାରେ ଅସମର୍ଥ ଥିବା ଦର୍ଶାଇ ପ୍ରତିଉତ୍ତରରେ କେନ୍ଦ୍ରମନ୍ତ୍ରୀଙ୍କୁ ଓଡ଼ିଆ ଚିଠି ଲେଖି କହିଥିଲେ- ଚିଠିରେ ଯାହା ଲେଖାଯାଇଛି ବୁଝିପାରୁନାହିଁ ଏବଂ ଓଡ଼ିଆ ନଚେତ୍ ଇଂରାଜୀରେ ଲେଖିବାକୁ ଅନୁରୋଧ କରିଥିଲେ । ସାଂସଦ ତଥାଗତ ଶତପଥୀ ଏହି ଚିଠିଟିକୁ ସୋସିଆଲ ମିଡ଼ିଆରେ ପୋଷ୍ଟ କରିବା ପରେ ଏହାକୁ ନେଇ ବିଭିନ୍ନ ପ୍ରତିକ୍ରିୟା ଦେଖିବାକୁ ମିଳିଛି ।