ଆଫଗାନିସ୍ତାନ ଗୁଜରଗାହ ମସଜିଦରେ ଭୟଙ୍କର ବିସ୍ଫୋରଣ, ଇମାମ୍ ସମେତ ୧୫ ମୃତ

113

କନକ ବ୍ୟୁରୋ : ଆଫଗାନିସ୍ତାନ ଗୁଜରଗାହ ମସଜିଦରେ ଭୟଙ୍କର ବିସ୍ଫୋରଣ ହୋଇଛି । ଏଭଳି ବିସ୍ଫୋରଣ ଫଳରେ ମସଜିଦର ଇମାମ ସମେତ ୧୫ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । କୁହାଯାଉଛି କି ମସଜିଦରେ ନମାଜ ପାଠ ଚାଲିଥିବା ବେଳେ ହଠାତ ଏଭଳି ବିସ୍ଫୋରଣ ହୋଇଥିଲା । ଏନେଇ ହେରାତ ରାଜ୍ୟପାଳଙ୍କ ପ୍ରବକ୍ତା କହିଛନ୍ତି କି ଆତ୍ମଘାତି ଆକ୍ରମଣ ଫଳରେ ଏଭଳି ବିସ୍ଫୋରଣ ହୋଇଛି ।

ଏହି ବିସ୍ଫୋରଣ ଫଳରେ ତାଲିବାନର ସବୁଠାରୁ ବଡ ଧର୍ମଗୁରୁଙ୍କ ମଧ୍ୟରୁ ଜଣେ ମୁଲ୍ଲା ମୁଜୀବ ଓ ରହମାନ ଆନ୍ସ।।ରୀଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି । ସେପଟେ ଗତମାସ ବି ଏଭଳି ବିସ୍ଫୋରଣ ଫଳରେ ତାଲିବାନର ଜଣେ ବଡ ନେତାଙ୍କର ମୃତ୍ୟୁ ହୋଇଥିଲା । ଅନୁମାନ କରାଯାଇଛି କି, ଏହି ବିସ୍ଫୋରଣ ପଛରେ ଆଇଏସଆଇଏସର ଖୁରସାନ ଗ୍ରୁପର ହାତ ରହିଛି । ହେଲେ ତାଲିବାନ ପକ୍ଷରୁ ଏପର୍ଯ୍ୟନ୍ତ ଏନେଇ କୌଣସି ସୂଚନା ଦିଆଯାଇ ନାହିଁ । ଆଫଗାନିସ୍ତାନ ଗଣମାଧ୍ୟମ ଟୁଲୁ ନ୍ୟୁଜ ମୁତାବକ ଗାଜାଘର ନିକଟରେ ଥିବା ଏହି ମସଜିଦରେ ୨ ଟି ବିସ୍ଫୋରଣ ହୋଇଛି  ।

 

ସେପଟେ ମୁଜିବ ତାଲିବାନ ନେତାଙ୍କ ମଧ୍ୟରୁ ସବୁଠାରୁ ନିଷ୍ଠୁର ନେତା ଭାବେ ଗଣନା କରାଯାଏ । ସେ ମହିଳା ଶିକ୍ଷା ଓ ମହିଳାମାନେ ଘରୁ ବାହାରକୁ ବାହାରିବାକୁ ଦୃଢ ବିରୋଧ କରୁଥିଲେ । ଦୁଇମାସ ପୂର୍ବରୁ ସେ ଏକ ଫତୱା ଜାରି କରି କହିଥିଲେ କି ଯଦି ତାଲିବାନ ଶାସନକୁ କେହି ବିରୋଧ କରେ ଓ ସରକାରଙ୍କ ନିର୍ଦ୍ଦେଶକୁ ଅବମାନନା କରେ ତେବେ ତାର ମୁଣ୍ଡ କଟାଯିବ ।