ସେପ୍ଟେମ୍ୱର ୩ରୁ ସ୍ପେଶାଲ ଓଜେଇଇ, ରାଜ୍ୟର ୨୮ ଟି ସହରରେ ଅନୁଷ୍ଠିତ ହେବ ପରୀକ୍ଷା।

98

କନକ ବ୍ୟୁରୋ:ସେପ୍ଟେମ୍ୱର ୩ ରୁ ସ୍ପେଶାଲ ଓଜେଇଇ। ଆସନ୍ତା ସେପ୍ଟେମ୍ବର ୩, ୪ ଓ ୭ ତାରିଖରେ ହେବ ପରୀକ୍ଷା। ଏମ ବି ଏ, ବି ଟେକ, ବି ଫାର୍ମା ବିଭାଗର ପରୀକ୍ଷା ହେବ। ସକାଳ ୯ ରୁ ଆରମ୍ଭ ହେବ ପରୀକ୍ଷା। ସନ୍ଧ୍ୟା ୫ ଟାରେ ସରିବ ପରୀକ୍ଷା। ୪ ଟି ସିଫ୍ଟରେ ପରୀକ୍ଷାର୍ଥୀ ଦେବେ ପରୀକ୍ଷା। ମୋଟ ପରିକ୍ଷାର୍ଥୀ ୨୮ ହଜାର ୬୨୦।

ଏହି ପରୀକ୍ଷା ଓଡିଶାର ୨୮ ଟି ସହରରେ ୩୮ ଟି କେନ୍ଦ୍ରରେ ଅନୁଷ୍ଠିତ ହେବ। କୋଲକାତା, ରାଞ୍ଚି ଏବଂ ପାଟନାରେ ମଧ୍ୟ କେନ୍ଦ୍ର ରହିବ। ଆଡମିଟ୍ କାର୍ଡ ଗୁଡ଼ିକର ଡାଉନଲୋଡ୍ ଆଜି କରିପାରିବେ ପରୀକ୍ଷାର୍ଥୀ। ପ୍ରାର୍ଥୀମାନେ ସେମାନଙ୍କର ଆବେଦନ ନମ୍ବର ଏବଂ ଜନ୍ମ ତାରିଖ ବ୍ୟବହାର କରି OJEE ୱେବସାଇଟରୁ ସେମାନଙ୍କର ଆଡମିଟ୍ କାର୍ଡ ଡାଉନଲୋଡ୍ କରିପାରିବେ। ଏନେଇ ସୂଚନା ଦେଇଛନ୍ତି ଓଜେଇଇ କର୍ତ୍ତୃପକ୍ଷ।