ପ୍ରଥମେ ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତିଙ୍କୁ ହେଲେ ଦଣ୍ଡ ପ୍ରଣାମ… ତାପରେ ଗ୍ରହଣ କଲେ ପଦ୍ମ ପୁରସ୍କାର

284

କନକ ବ୍ୟୁରୋ: ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦ ପଦ୍ମ ପୁରସ୍କାର ପ୍ରଦାନ କରିଛନ୍ତି । ସ୍ୱାମୀ ଶିବାନନ୍ଦଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ କରାଯାଇଛି । ଯୋଗ କ୍ଷେତ୍ରରେ ତାଙ୍କର ମହତ୍ୱପୂର୍ଣ୍ଣ ଭୂମିକା ପାଇଁ ତାଙ୍କୁ ପୁରସ୍କାର ପ୍ରଦାନ କରାଯାଇଛି । ତେବେ ପୁରସ୍କାର ଗ୍ରହଣ କରିବା ସମୟରେ ସ୍ୱାମୀ ଶିବାନନ୍ଦ ଦଣ୍ଡ ପ୍ରଣାମ ହୋଇଥିଲେ ।

ପୁରସ୍କାର ଗ୍ରହଣ କରିବା ପୂର୍ବରୁ ସ୍ୱାମୀ ଶିବାନନ୍ଦ ପ୍ରଥମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଦଣ୍ଡ ପ୍ରଣାମ ହୋଇଥିଲେ । ପ୍ରଧାନମନ୍ତ୍ରୀ ମଧ୍ୟ ସଙ୍ଗେ ସଙ୍ଗେ ଛିଡା ହୋଇ ତାଙ୍କୁ ପ୍ରଣାମ କରିଥିଲେ । ପ୍ରଧାନମନ୍ତ୍ରୀଙ୍କୁ ଛିଡା ହେବେ ଦେଖି ଅନ୍ୟମାନେ ମଧ୍ୟ ଛିଡା ହୋଇପଡିଥିଲେ । ଏହାପରେ ସ୍ୱାମୀ ଶିବାନନ୍ଦ ରାଷ୍ଟ୍ରପତିଙ୍କୁ ମଧ୍ୟ ଦଣ୍ଡ ପ୍ରଣାମ ହୋଇଥିଲେ । ଆଉ ରାଷ୍ଟ୍ରପତି ତାଙ୍କ ପାଖକୁ ଆସି ଉଠାଇଥିଲେ । ଏହାପରେ ତାଙ୍କୁ ପୁରସ୍କାର ପ୍ରଦାନ କରିଥିଲେ ।

୨୦୨୨ ପାଇଁ ଘୋଷଣା ହୋଇଥିବା ପଦ୍ମ ସମ୍ମାନ ଆଜି ପ୍ରଦାନ କରାଯାଇଛି । ପଦ୍ମ ପୁରସ୍କାର ପାଇଁ ୧୨୮ଜଣଙ୍କ ନାଁ ଘୋଷଣା ହୋଇଥିଲା । ୪ ଜଣଙ୍କୁ ପଦ୍ମ ବିଭୂଷଣ, ୧୭ ଜଣଙ୍କୁ ପଦ୍ମ ଭୂଷଣ, ୧୦୭ ଜଣଙ୍କୁ ପଦ୍ମଶ୍ରୀ ପୁରସ୍କାର ପାଇଁ ମନୋନୀତ କରାଯାଇଥିଲା ।