ଗୋବିନ୍ଦଙ୍କ ସୁଇସାଇଡକୁ ନେଇ ବଢ଼ୁଛି ରହସ୍ୟ । ଡିଆଇଜିଙ୍କ ସୂଚନା, ଆତ୍ମହତ୍ୟା କରିଥିବା ସ୍ଥାନରେ ନଥିଲା ସିସିଟିଭି, ସେପଟେ ଲଫାଫାକୁ ନେଇ ସସପେନ୍ସ ।

103

କନକ ବ୍ୟୁରୋ: ମମିତା ମେହେର ହତ୍ୟାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଜେଲ୍ ଭିତରେ ଆତ୍ମହତ୍ୟା କରିବାକୁ ନେଇ ରାଜ୍ୟରେ ହଇଚଇ ଖେଳିଯାଇଛି । ତାଙ୍କ ଆତ୍ମହତ୍ୟାକୁ ନେଇ ଅନେକ ସନ୍ଦେହ ସୃଷ୍ଟି ହୋଇଛି । ଅନ୍ୟପଟେ ଆତ୍ମହତ୍ୟା ସ୍ଥଳରେ ସିସିଟିଭି ନଥିବା ଜେଲ୍ ଡିଆଇଜି କହିଛନ୍ତି । ଡିଆଇଜି ଏହି ବୟାନ ମାମଲାକୁ ଆହୁରି ରହସ୍ୟମୟ କରିଦେଇଛି । ଅନ୍ୟପଟେ ଗୋବିନ୍ଦଙ୍କ ପକେଟରୁ ଏକ ମାଟିଆ ରଙ୍ଗର ଏନଭଲପ ଜବତ ହୋଇଥିବା ପରିବାର ଲୋକେ କହିଛନ୍ତି । ଗୋବିନ୍ଦଙ୍କ ମୃତ୍ୟୁର ପୋଷ୍ଟମର୍ଟମ ରିପୋର୍ଟ ଆସିଛି । କିନ୍ତୁ ରିପୋର୍ଟରେ କଣ ରହିଛି, ତାହା ସ୍ପଷ୍ଟ ହୋଇନାହିଁ ।

ସେପଟେ ଗୋବିନ୍ଦଙ୍କ ଆତ୍ମହତ୍ୟା ପ୍ରସଙ୍ଗରେ ରାଜନୈତିକ ବୟାନବାଜି ବଢ଼ିଚାଲିଛି । ଆତ୍ମହତ୍ୟାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ । କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା କହିଛନ୍ତି ଯେ, ହାଇକୋର୍ଟ ତତ୍ୱାବଧାନରେ ଏସଆଇଟି ତଦନ୍ତ କରାଯାଉ । ଅନ୍ୟପଟେ ବିଜେପି କହିଛି , ଗୋବିନ୍ଦଙ୍କ ମୃତ୍ୟୁ ଆତ୍ମହତ୍ୟା ନୁହେଁ, ବରଂ ଏକ ହତ୍ୟାକାଣ୍ଡ । ଆଉ ଜବାବରେ ବିଜେଡି କହିଛି, ଆଇନ୍ ତା ବାଟରେ ଯାଉଛି ।