ହକି ବିଶ୍ୱକପ୍ : ରାଉରକେଲାରେ ପହଞ୍ଚିଲେ ଦକ୍ଷିଣ କୋରିଆ ଓ ଭାରତୀୟ ଖେଳାଳି । ନୂଆ ଟର୍ଫରେ ଖେଳାଯିବ ଅଭ୍ୟାସ ମ୍ୟାଚ୍

102

କନକ ବ୍ୟୁରୋ: ହକି ବିଶ୍ୱକପ୍ ପାଇଁ ପହଞ୍ଚିଛନ୍ତିି ଖେଳାଳି । ଦକ୍ଷିଣ କୋରିଆ ଓ ଭାରତୀୟ ଖେଳାଳି ଏକାଠି ପହଞ୍ଚିଛନ୍ତି । ଉଭୟ ଜୁନିୟର ଦଳର ଖେଳାଳି ରାଉରକେଲାରେ ପହଂଚିଛନ୍ତି । ସେଠାରେ ପହଂଚିବା ପରେ ଖେଳାଳିଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି ।

ହକି ବିଶ୍ୱକପ୍ ଆରମ୍ଭ ହେବା ପୂର୍ବରୁ ୨୩ ତାରିଖରୁ ଅଭ୍ୟାସ ମ୍ୟାଚ୍ ନୂଆ ଟର୍ଫରେ ଖେଳାଯିବ । ଏଥିପାଇଁ ଦୁଇ ଦଳର ଖେଳାଳି ଆସି ରାଉରକେଲାରେ ପହଂଚିଛନ୍ତି । ଝାରସୁଗୁଡ଼ା ବିମାନ ବନ୍ଦରରେ ପହଂଚିବା ପରେ ସେଠାରେ କଡ଼ା ସୁରକ୍ଷା ମଧ୍ୟରେ ରାଉରକେଲା ଯାଇଥିଲେ । ସେକ୍ଟର-୨୧ ସ୍ଥିତ ହୋଟେଲରେ ଉଭୟ ଦଳର ଖେଳାଳିଙ୍କ ପାଇଁ ବ୍ୟବସ୍ଥା କରାଯାଇଛି । ହୋଟେଲରେ ଖେଳାଳି ରହୁଥିବାରୁ ସେଠାରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଦୁଇ ଦଳ ବିର୍ସାମୁଣ୍ଡା ଷ୍ଟାଡିୟମରେ ୩ଟି ଅଭ୍ୟାସ ମ୍ୟାଚ୍ ଖେଳିବେ । ଆସନ୍ତା ୨୩, ୨୪ ଓ ୨୭ ତାରିଖରେ ମ୍ୟାଚ୍ ଖେଳାଯିବ । ଅଭ୍ୟାସ ମ୍ୟାଚ୍ ଶେଷ ହେବା ପରେ ଦକ୍ଷିଣ କୋରିଆ ଜୁନିୟର ଦଳ ସ୍ୱଦେଶ ଫେରିଯିବେ ।