ଶ୍ରୀମନ୍ଦିର ସଂସ୍କାର ମାମଲାରେ ସୁପ୍ରିମକୋର୍ଟରେ ଶୁଣାଣି: ଉଚ୍ଛେଦ ପୂର୍ବରୁ ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ ନେବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ, ଆସନ୍ତା ୨୨ରେ ପରବର୍ତ୍ତୀ ଶୁଣାଣି ।

299

କନକ ବ୍ୟୁରୋ: ଶ୍ରୀମନ୍ଦିର ସଂସ୍କାର ମାମଲାରେ ସୁପ୍ରିମୋର୍ଟରେ ଗୁରୁତ୍ୱପୂର୍ଣ୍ଣ ଶୁଣାଣି ହୋଇଛି । ରାଜ୍ୟସରକାରଙ୍କୁ ନିର୍ଦ୍ଦେଶ ଦେଇ ସୁପ୍ରିମକୋର୍ଟ କହିଲେ, ମେଘନାଦ ପାଚେରୀର ୭୫ ମିଟର ପରିଧି ମଧ୍ୟରେ ଉଚ୍ଛେଦବେଳେ ଐତିହ୍ୟ ସମ୍ପନ ମଠମନ୍ଦିର ଭଙ୍ଗାବେଳେ ଜଗଦଗୁରୁ ଶାଙ୍କରାଚାର୍ଯ୍ୟଙ୍କ ପରାମର୍ଶ ନେବା ଜରୁରୀ ବୋଲି କହିଛନ୍ତି ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟ । ଏହାସହ ବରିଷ୍ଠ ସେବାୟତଙ୍କ ପରାମର୍ଶ ନେବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ ।

ସେପଟେ ଜଷ୍ଟିସ ଅରୁଣ ମିଶ୍ରଙ୍କ ଅଧ୍ୟକ୍ଷତାରେ ବସିଥିବା ୩ଜଣିଆ ଖଣ୍ଡପୀଠରେ ବତର୍ତମାନ ପର୍ଯ୍ୟନ୍ତ ମେଘନାଦ ପାଚେରୀର ୭୫ ମିଟର ପରିଧି ମଧ୍ୟରେ ଉଚ୍ଛେଦ ହୋଇଥିବା ଷ୍ଟାଟସ୍ ରିପୋର୍ଟ ଦେବାକୁ ଖଣ୍ଡପୀଠରେ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଏହି ଶ୍ରୀମନ୍ଦିର ସଂସ୍କାର ମାମଲାର ପରବର୍ତ୍ତୀ ଶୁଣାଣି ଅସନ୍ତା ଅକ୍ଟୋବର ୨୨ ତାରିଖରେ ହେବ ବୋଲି କହିଛନ୍ତି ସୁପ୍ରିମକୋର୍ଟ ।

ଅନ୍ୟପଟେ ସୁପ୍ରିମକୋର୍ଟଙ୍କ ଏହି ଗୁରୁତ୍ୱର୍ଣ୍ଣ ଶୁଣାଣି ପରେ ଏଜି ଅଶୋକ ପରିଜା କହିଛନ୍ତି କି, ଆମେ ନିଜ ପକ୍ଷରୁ ଷ୍ଟାଟସ୍ ରିପୋର୍ଟ ଦେବାକୁ ସୁପ୍ରିମକୋର୍ଟଙ୍କୁ କହିଥିଲୁ । ଆଉ ସବୁ ଆଇନମୁତାବକ ଅନୁସାରେ ହିଁ ଉଚ୍ଛେଦ କାର୍ଯ୍ୟ କରାଯାଉଛି ବୋଲି ସୁପ୍ରିମକୋର୍ଟରେ କହିଥିଲୁ । ତେଣୁ ସବୁ ଧର୍ମୀୟ ଲୋକଙ୍କ ସହ ଆଲୋଚନା କଲେ ଶ୍ରୀମନ୍ଦିରରେ ସସ୍କାର ହେବା ସହ ସବୁ ଭଲ ହୋଇପାରିବ ବୋଲି ମାନ୍ୟବର ସୁପ୍ରିମୋର୍ଟଙ୍କ ନିର୍ଦ୍ଦେଶ ଦେଇଥିଲେ । ଆଉ କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ହିଁ କାର୍ଯ୍ୟ କରାଯିବ ବୋଲି କହିଛନ୍ତି ଏଜି ।