ଏପ୍ରିଲ ୨୫ରୁ ସ୍କୁଲରେ ଖରା ଛୁଟି । ଅସହ୍ୟ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଛୁଟି ଘୋଷଣା କଲେ ରାଜ୍ୟ ସରକାର ।
୨୨ରୁ ୨୪ ସକାଳୁଆ ସ୍କୁଲ
କନକ ବ୍ୟୁରୋ: ଏପ୍ରିଲ ୨୫ରୁ ସବୁ ସ୍କୁଲ ଛୁଟି । ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟର ସବୁ ଘରୋଇ ଓ ସରକାରୀ ସ୍କୁଲ ପାଇଁ ଏପ୍ରିଲ ୨୫ରୁ ଖରା ଛୁଟି ଘୋଷଣା କଲେ ସରକାର । ଏହାସହ ୨୨ରୁ ୨୪ଯାଏଁ ସବୁ ସ୍କୁଲ ସକାଳୁଆ ହେବ । ଏହି ସମୟରେ ସକାଳ ୬ଟା ୩୦ରୁ ୧୦ଟା ୩୦ ଯାଏଁ ପାଠ ପଢା ହେବ ।
Kanak News is now on WhatsApp
Join and get latest news updates delivered to you via WhatsApp
ଏହା ପୂର୍ବରୁ ମଧ୍ୟ ପ୍ରବଳ ଖରା ଯୋଗୁଁ ସମସ୍ତ ସ୍କୁଲ ପାଇଁ ଏପ୍ରିଲ ୧୮ରୁ ୨୦ ଯାଏଁ ଛୁଟିି ଘୋଷଣା କରିଥିଲେ । ଏହି ସମୟରେ ପିଲାଙ୍କର ଅନଲାଇନ୍ ପଢା ଉପରେ ଗୁରୁତ୍ୱ ଦିଆଯାଇଥିଲା । କିନ୍ତୁ ଏବେ ରାଜ୍ୟରେ ଖରାର ପ୍ରକୋପ ବଢୁଥିବାରୁ ସମସ୍ତ ସ୍କୁଲ ପାଇଁ ଖରା ଛୁଟି ଘୋଷଣା କରିଛନ୍ତି ସରକାର ।