ସ୍ୱତନ୍ତ୍ର ପକ୍ସୋ କୋର୍ଟ ବିଚାରପତିଙ୍କ ଆତ୍ମହତ୍ୟା: ଗତ ଦୁଇଦିନ ହେଲା ଥିଲେ ଛୁଟିରେ, ଆତ୍ମହତ୍ୟାର କାରଣ ଅସ୍ପଷ୍ଟ

316

କନକ ବ୍ୟୁରୋ: ଆଜି ଥିଲା ବାପାଙ୍କ ଶ୍ରାଦ୍ଧ, ଯାଜପୁର ଜିଲ୍ଲାର ଭୁବନେଶ୍ୱର ପଂଚାୟତ ବିହାରୀ ମଠ ସ୍ଥିତ ଗାଁ ଯାଇଥାନ୍ତେ ପକ୍ସୋ କୋର୍ଟ ବିଚାରପତି ସୁବାସ ବିହାରୀ । କିନ୍ତୁ ଘରେ ପହଁଚିଲା ମୃତ୍ୟୁ ଖବର । ଘରେ ପଡି ଯାଇଥିଲା କାନ୍ଦ ବୋବାଳି । କଟକ ସିଡିଏ ସ୍ଥିତ ସରକାରୀ ବାସଭବନରେ ସ୍ତ୍ରୀ ଓ ପିଲାଙ୍କ ସହ ରହୁଥିଲେ ପକ୍ସୋ ଜଜ୍ ସୁବାସ ବିହାରୀ । ଘରେ କେହି ନଥିବା ବେଳେ ରଶି ଲଗାଇ ଝୁଲି ପଡ଼ିଥିଲେ । ପତ୍ନୀ ଘରେ ପହଁଚିବା ବେଳେ ଏହି ଦୃଶ୍ୟ ଦେଖି ହତବାକ୍ ହୋଇ ଯାଇଥିଲେ । ଘରୋଇ ହସପିଟାଲ୍ରେ ଡାକ୍ତର ମୃତ ଘୋଷଣା କରିଥିଲେ ।

ପୋଷ୍ଟମର୍ଟମ ପାଇଁ କଟକ ବଡ଼ ମେଡିକାଲକୁ ପଠାଯାଇଛି ସୁବାସ ବିହାରୀଙ୍କ ମୃତଦେହ । ସାଇଂଟିଫିକ୍ ଟିମ୍ ଘଟଣା ସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି । ଆତ୍ମହତ୍ୟାରେ ବ୍ୟବହୃତ ରଶି ଜବତ କରିଛି ପଉଳିସ । ମୃତ ସୁବାସ ବିହାରୀଙ୍କ ପତ୍ନୀ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି । ଯାଜପୁରରେ ଥିବା ତାଙ୍କ ପରିବାର ଘଟଣାକୁ ବିଶ୍ୱାସ କରିପାରୁନାହାନ୍ତି ।
ଏବେ ପ୍ରଶ୍ନ ଉଠୁଛି, ଏହା ଆତ୍ମହତ୍ୟା ନା’ ରହିଛି ଆଉ କିଛି କାରଣ?
ଜଣେ ବିଚାରପତି କାହିଁକି ଆତ୍ମହତ୍ୟା ଭଳି ଚରମ ନିଷ୍ପତି ନେଲେ?