ସରକାରୀ ଡାକ୍ତରଖାନାରେ ରୋଗୀ ଦେଖିବାକୁ ପସନ୍ଦ କରୁନାହାଁନ୍ତି ଡାକ୍ତର । ଗତ ଦୁଇ ବର୍ଷରେ ୮୦ରୁ ଅଧିକ ଡାକ୍ତର ନେଇଛନ୍ତି ଆଗୁଆ ଅବସର । କାରଣ କ’ଣ?

446

କନକ ବ୍ୟୁରୋ: ଡାକ୍ତରଙ୍କୁ ପସନ୍ଦ ନୁହେଁ ସରକାରୀ ଚାକିରୀ । ସର୍ଭେ ମୁତାବକ, ଗତ ଦୁଇ ବର୍ଷରେ ୮୦ରୁ ଅଧିକ ଡାକ୍ତର ଆଗୁଆ ଅବସର ନେଇଛନ୍ତି । ଏହାଛଡା ପ୍ରତିମାସରେ ଭିଆରଏସ ବା ସ୍ୱେଚ୍ଛାକୃତ ଅବସର ପାଇଁ ଡାକ୍ତରଙ୍କ ଆବେଦନ ସଂଖ୍ୟା ବଢିବାରେ ଲାଗିଛି । ଏହା ପ୍ରମାଣ କରୁଛି ଯେ, ସରକାର ଚାକିରୀ ପ୍ରତି ଡାକ୍ତରଙ୍କ ଆଗ୍ରହ କମି କମି ଯାଉଛି ।

ବୃତିଗତ କାରଣ ହେଉ କି ବ୍ୟକ୍ତଗତ କାରଣରୁ ସ୍ୱେଚ୍ଛାକୃତ ଅବସର ପାଇଁ ଡାକ୍ତର ଆବେଦନ କରିବା ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ବଡ ପ୍ରତିବନ୍ଧକ ସୃଷ୍ଟି କରୁଛି । ବିଶେଷ କରି ରାଜ୍ୟରେ ଡାକ୍ତରଙ୍କ ଉକ୍ରଟ ଅଭାବ ଥିବା ବେଳେ ବରିଷ୍ଠ ଓ ଅଭିଜ୍ଞ ଡାକ୍ତର ଆଗୁଆ ଅବସର ନେବା ଚିନ୍ତା ବଢାଇ ଦେଇଛି । ଗତ ବର୍ଷ ଏପ୍ରିଲ ମାସରେ ରାଜ୍ୟ ସରକାର ୧୦ ଜଣ ଡାକ୍ତରଙ୍କ ଭିଆରଏସ ବା ଆଗୁଆ ଅବସର ଆବେଦନକୁ ଖାରଜ କରିଦେଇଥିଲେ । ରାଜ୍ୟରେ ପ୍ରାୟ ୪୦ ପ୍ରତିଶତ ଡାକ୍ତର ପଦବୀ ଖାଲି ରହିଥିବା ବେଳେ ନିୟମିତ ବ୍ୟବଧାନରେ ଭିଆରଏସ ଆବେଦନ ସରକାରଙ୍କ ଚିନ୍ତା ବଢାଇ ଦେଇଛି । ଏହାଛଡା ଡାକ୍ତରଙ୍କ ଅବସର ବୟସ ସୀମା ୬୫ରୁ ୬୨ ବର୍ଷକୁ ହ୍ରାସ କରିବା ପାଇଁ ଓଡିଶା ମେଡିକାଲ ସର୍ଭିସ ଆସୋସିଏସନ ପକ୍ଷରୁ ଦାବି ହୋଇ ଆସୁଛି ।

– ଡାକ୍ତରଙ୍କୁ ପସନ୍ଦ ନାହିଁ ସରକାରୀ ଚାକିରୀ !
– ଗତ ୧୦ ବର୍ଷରେ ୮୦ରୁ ଅଧିକ ଡାକ୍ତର ଆଗୁଆ ଅବସର ନେଇଛନ୍ତି
– ପ୍ରତିମାସରେ ଆଗୁଆ ଅବସର ପାଇଁ ଡାକ୍ତର ଆବେଦନ କରୁଛନ୍ତି
– କିଛି ଆବେଦନକୁ ମଞ୍ଜୁରି ମିଳୁଛି, କିଛି ଆବେଦନ ଖାରଜ ହେଉଛି
– ୨୦୨୧ ଏପ୍ରିଲରେ ୧୦ ଜଣ ଡାକ୍ତରଙ୍କ ଭିଆରଏସ ଆବେଦନ ଖାରଜ ହୋଇଥିଲା
– ରାଜ୍ୟରେ ପ୍ରାୟ ୪୦% ଡାକ୍ତରୀ ପଦବୀ ଖାଲି ପଡିଛି
– ଡାକ୍ତର ଅଭାବ ଥିବା ବେଳେ ଡାକ୍ତରଙ୍କ ଭିଆରଏସ ଆବେଦନ ସରକାରଙ୍କ ଚିନ୍ତା ବଢାଇଛି
-ବରିଷ୍ଠ ଓ ଅଭିଜ୍ଞ ଡାକ୍ତର ଭିଆରଏସ ନେବା ସ୍ୱାସ୍ଥ୍ୟ ସେବା କ୍ଷେତ୍ର ପାଇଁ ଚିନ୍ତାଜନକ
– ଡାକ୍ତରଙ୍କ ଅବସର ବୟସ ସୀମା ୬୫ରୁ ୬୨ ବର୍ଷକୁ ହ୍ରାସ ପାଇଁ ଓମସାର ଦାବି
– ଡାକ୍ତରଙ୍କୁ ୬୨ ବର୍ଷ ପରେ ଭିଆରଏସ ନେବା ପାଇଁ ଅନୁମତି ଦେବାକୁ ଦାବି
-କୋଭିଡ ସମୟରେ ଡାକ୍ତରଙ୍କ ଅବସର ବୟସ ୬୨ରୁ ୬୫ କୁ ବୃ୍ଦ୍ଧି କରିଥିଲେ ସରକାର
– ସ୍ୱେଚ୍ଛାକୃତ ଅବସର ପଛର ମୁଖ୍ୟ କାରଣ ପଦୋନ୍ନତି ଓ ପାରିଶ୍ରମିକରେ ଅସଙ୍ଗତି
– ରୋଗୀ ସେବା ସହ ପ୍ରଶାସନିକ କାର୍ଯ୍ୟ ଚାପ ବଢିବା ଅନ୍ୟ କାରଣ
– ଅତ୍ୟଧିକ କାର୍ଯ୍ୟ ଭାର ଯୋଗୁଁ ଅସୁସ୍ଥତା ଭିଆରଏସ ନେବାର ଅନ୍ୟ ବଡ କାରଣ