ସ୍ୱାଧୀନତା ଦିବସ ଆଗରୁ ଦେଶପ୍ରେମର ନିଆରା ଉଦାହରଣ: ୧୫ କିମି ଲମ୍ବର ତ୍ରିରଙ୍ଗା ଧରି ମାନବଶୃଙ୍ଖଳ ତିଆରି କରୁଛନ୍ତି ରାୟପୁରବାସୀ

309

କନକ ବ୍ୟୁରୋ: ସ୍ୱାଧୀନତା ଦିବସ ଆଗରୁ ଦେଶପ୍ରେମର ନିଆରା ଉଦାହରଣ ଦେଖାଇଛନ୍ତି ଛତିଶଗଡର ରାୟପୁରବାସୀ । ରାୟପୁରରେ ହୋଇଛି ୧୫ କିମିର ବିଶାଳ ମାନବଶୃଂଖଳ । ଏହା ସହିତ ପ୍ରଦର୍ଶନ ୧୫ କିମି ଲମ୍ବର ତ୍ରିରଙ୍ଗା ପତାକା ।

ସହରର ରାସ୍ତାର ଦୁଇ ପଟରେ ଦେଖିବାକୁ ମିଳିଛି ତ୍ରିରଙ୍ଗା ପତାକା । ଉଭୟ ପଟେ ଛାତ୍ରଛାତ୍ରୀ ଓ ବିଭିନ୍ନ ଲୋକ ହାତରେ ପତାକା ଧରି ପ୍ରଦର୍ଶନ କରିଛନ୍ତି । ଏପରି ବିଶାଳ ତ୍ରିରଙ୍ଗା ସହିତ ମାନବଶୃଂଖଳ ଦେଖି ରାସ୍ତାରେ ଯିବା ଲୋକ ମଧ୍ୟ ତାଜୁବ୍ ହୋଇଯାଇଥିଲେ ।