କାଶ୍ମୀର ଜଗିଛନ୍ତି ଡୋଭାଲ: ଅଗଷ୍ଟ ୧୫ ଯାଏଁ ଜାମ୍ମୁ-କାଶ୍ମୀରରେ ରହି ସ୍ଥିତି ଅନୁଧ୍ୟାନ କରିବେ ଅଜିତ୍ ଡୋଭାଲ

ଘାଟିରୁ ଧାରା ୩୭୦ ହଟିବା ପରେ ସୁରକ୍ଷାର କରୁଛନ୍ତି ଅନୁଧ୍ୟାନ

412

କନକ ବ୍ୟୁରୋ: ଅଗଷ୍ଟ ୧୫ ଯାଏଁ ଘାଟିରେ ରହିବେ ଜାତୀୟ ସୁରକ୍ଷା ପରାମର୍ଶଦାତ୍ତା ଅଜିତ୍ ଡୋଭାଲ୍ । ଅଜିତ୍ ଡୋଭାଲ ଏବେ ଜାମ୍ମୁକାଶ୍ମୀରର ବିଭିନ୍ନ ଅଂଚଳ ଗସ୍ତ କରି ସିଧାସଳଖ ଲୋକଙ୍କ ଓ ସହିତ ମିଶୁଛନ୍ତି । ଜାମ୍ମୁକାଶ୍ମୀରରୁ ଧାରା ୩୭୦ ଓ ୩୫ ଏ ଉଚ୍ଛେଦ ପରେ ଲୋକଙ୍କ ମଧ୍ୟରେ କଣ ରହିଛି ଭାବନା, କିପରି ରହିଛି ସୁରକ୍ଷା ସ୍ଥିତି ସେ ନେଇ ନିଜେ ସମୀକ୍ଷା କରୁଛନ୍ତି ଡୋଭାଲ । ସେନା ଜବାନଙ୍କ ସହିତ ମିଶିବା ସହ ନିଜେ ଗ୍ରାଉଣ୍ଡ ଜିରୋରେ ବିଭିନ୍ନ ବର୍ଗର ଲୋକଙ୍କୁ ଭେଟି ଆଲୋଚନା କରୁଛନ୍ତି ।

ପୂର୍ବରୁ ସୋପିଆନରେ ଅଜିତ୍ ଡୋଭାଲ୍ ସାଧାରଣ ଲୋକଙ୍କ ସହିତ ମିଶି ଆଲୋଚନା କରୁଥିବା ଦେଖିବାକୁ ମିଳିଥିଲା । ଗତକାଲି ସେ ଅନନ୍ତନାଗରେ ମେଷ ପାଳକଙ୍କ ସହ କଥା ହୋଇଥିଲେ । ବିଶେଷ କରି ଜାମ୍ମୁକାଶ୍ମୀରରେ ଲୋକଙ୍କୁ କଣ ସୁବିଧା ସୁଯୋଗ ମିଳୁଛି, କଣ ସମସ୍ୟା ରହିଛି ସେ ନେଇ ସେ ଆଲୋଚନା କରିଛନ୍ତି । ଧାରା ୩୭୦ ହଟିବା ପରେ ଏବେ ଜାମ୍ମୁକାଶ୍ମୀର ଓ ଲଦାଖ ଦୁଇଟି କେନ୍ଦ୍ର ଶାସିତ ଅଂଚଳର ମାନ୍ୟତା ପାଇଛି ।

ଲୋକଙ୍କୁ କିପରି ସୁରକ୍ଷା ମିଳୁଛି, ଆଉ କଣ କରାଯାଇପାରିବ ସେ ନେଇ ଆଲୋଚନା କରୁଛନ୍ତି । ତେବେ ଆସନ୍ତାକାଲି ଘାଟିରେ ଇଦ୍ ପର୍ବ ପାଳନକୁ ନଜରରେ ରଖି ସୁରକ୍ଷା ସ୍ଥିତିକୁ ଅନୁଧ୍ୟାନ କରିଛନ୍ତି ଦୋଭାଲ୍ । କାଲି ଇଦ୍ ଥିବାରୁ ଆଜି ଘାଟିର ବିଭିନ୍ନ ଅଂଚଳରୁ ୧୪ ୪ ଧାରା ପ୍ରତ୍ୟାହାର କରାଯାଉଥିବା ବେଳେ , ଡୋଭାଲ ଏପରି ଭାବରେ ସାଧାରଣ ଲୋକଙ୍କ ସହିତ ମିଶିବାକୁ ବେଶ୍ ପସନ୍ଦ କରିଛନ୍ତି ସ୍ଥାନୀୟ ଲୋକେ ।