କଲେଜ ବନ୍ଦ ପାଇଁ ଛାତ୍ରର ସାଂଘାତିକ ଷଡଯନ୍ତ୍ର: ପାଣିରେ ମିଶାଇଲା ବିଷ ! ବିପଦରେ ପଡିଲା ୧୯ ଛାତ୍ରଙ୍କ ଜୀବନ

280

କନକ ବ୍ୟୁରୋ: କଲେଜ ବନ୍ଦ ପାଇଁ ଜଣେ ଛାତ୍ରଙ୍କ ଜିଦ ଯୋଗୁଁ ୧୯ ଜଣ ଛାତ୍ରଙ୍କ ଜୀବନ ବାଜିରେ ଲାଗିଛି । ବରଗଡ ଜିଲ୍ଲା ଭଟଲି ବ୍ଲକ କମଗାଁ ଜୁନିଅର କଲେଜରେ ଜଣେ ଛାତ୍ର ଖେଳିଛନ୍ତି ଏଭଳି ସଂଘାତିକ ଖେଳ । ଛାତ୍ରଜଣକ ଏଥିପାଇଁ ହଷ୍ଟେଲରେ ପାଣିବୋତଲରେ କିଛି କୀଟନାଶକ ମିଶାଇ ଅନ୍ୟଛାତ୍ରଙ୍କୁ ପିଇବାକୁ ଦେଇଥିଲେ । ଏହାକୁ ପିଇବା ପରେ ୧୯ ଛାତ ଅସୁସ୍ଥ ହୋଇପଡିଥିଲେ । ଚିକିତ୍ସା ପରେ ସମସ୍ତେ ସୁସ୍ଥ ଥିବା ଜଣାପଡିଛି ।

ଛାତ୍ରଙ୍କ କହିବା ଅନୁସାରେ, ସଂପୃକ୍ତ ଛାତ୍ର କଲେଜ ବନ୍ଦ ହେଉ ବୋଲି ଚାହୁଁଥିଲେ ।
-ଗତ ୬ ତାରିଖରେ ସଂପୃକ୍ତ ଛାତ୍ର ହଷ୍ଟେଲକୁ ଆସିଥିଲେ
-୧୯ ତାରିଖରୁ ଲକଡାଉନ ସହ କଲେଜ ବନ୍ଦ ହେବ ବୋଲି ସୋସିଆଲ ମିଡିଆରେ ଦେଖିଥିଲେ
-ମିଥ୍ୟା ଖବର ବୋଲି ଜାଣିବା ପରେ ବିବ୍ରତ ହୋଇପଡିଥିଲେ
-ଯେକୌଣସି ଉପାୟରେ ସେ ସ୍କୁଲ ବନ୍ଦ କରିବେ ବୋଲି ଅନ୍ୟମାନଙ୍କୁ କହିଥିଲେ
ଏହାପରେ କୀଟନାଶକମିଶା ପାଣି ପିଇ ୧୯ ଜଣ ଅସୁସ୍ଥ ହୋଇପଡିଲେ
-ତା ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କଲେଜ କର୍ତୃର୍ପକ୍ଷ କହିଛନ୍ତି ।

ବରଗଡରେ ଏଭଳି ଘଟଣା ସାମ୍ନାକୁ ଆସିବା ପରେ ଜିଲ୍ଲା ପ୍ରଶାସନ ଛାନଭିନ ଆରମ୍ଭ କରିଛି । ଉପଜିଲ୍ଲାପାଳ ଓ ବିଡିଓ କଲେଜକୁ ଯାଇ ଆଲୋଚନା କରିଛନ୍ତି । ସୁସ୍ଥ ଥିବା ସମସ୍ତ ଛାତ୍ରଙ୍କୁ ଆହୁରି ୭୨ ଘଂଟା ମେଡିକାଲରେ ରଖାଯିବ ବୋଲି ଜଣାପଡିଛି ।