ପେଗମ୍ବର ମହମ୍ମଦଙ୍କ ଉପରେ ବିବାଦୀୟ ବୟାନ। ପ୍ରୟାଗରାଜରେ ନମାଜ ପରେ ବିରୋଧ ପ୍ରଦର୍ଶନ। 

175

କନକ ବ୍ୟୁରୋ: ପେଗମ୍ବର ମହମ୍ମଦଙ୍କ ଉପରେ ବିବାଦୀୟ ବୟାନକୁ ନେଇ ବିବାଦ ପଡିଚାଲିଛି । ପ୍ରୟାଗରାଜ ଜିଲ୍ଲା ପ୍ରଶାସନର ବ୍ୟାପକ ପ୍ରସ୍ତୁତି ପରେ ବି ବିଭିନ୍ନ ସ୍ଥାନରେ ନମାଜ ପରେ ପ୍ରଦର୍ଶନ ହୋଇଛି । ପ୍ରୟାଗରାଜ, କାନପୁରରେ ଜୁମାରେ ନମାଜ ପରେ ପୋଲିସ ଉପରେ ପଥର ମାଡର ଚିତ୍ର ସାମ୍ନାକୁ ଆସିଛି । ନୂପୁର ଶର୍ମାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ବିକ୍ଷୋଭ ପ୍ରଦର୍ଶନ ଜାରି ରହିଛି । ପୋଲିସ ତମାମ ପ୍ରୟାସ ପରେ ବି ପ୍ରଦର୍ଶନକାରୀ ନାରାଲଗାଇବା ସହିତ ପଥରମାଡ କରିଥିଲେ । ଲୋକେ ଛାତରୁ ପଥରମାଡ କରୁଥିବାର ଚିତ୍ର ମଧ୍ୟ ଦେଖିବାକୁ ମିଳିଛି । ପଥର ମାଡର ଜବାବ ଦେବାକୁ ଯାଇ ଆରଏଏଫ ଏବଂ ପିଏସସି ପକ୍ଷରୁ ଲାଠିଚାର୍ଜ ହୋଇଥିଲା ।

କରୋଲି ଥାନା ଅଟାଲା ଅଞ୍ଚଳରେ ପରିସ୍ଥିତିକୁ ଆଖିରେ ରଖି ବ୍ୟାପକ ପୋଲିସ ମୁତୟନ ହୋଇଥିଲେ । ତେବେ ପ୍ରଦର୍ଶନକାରୀ ନମାଜ ଶେଷ ହେବା ପରେ ନାରାବାଜି କରିଥିଲେ । ସେମାନଙ୍କ ଦାବି ରହିଥିଲା ଯେ, ନୂପୁର ଶର୍ମାଙ୍କୁ ଫାଶୀ ଦିଆଯାଉ । ସ୍ଥାନୀୟ ଡିଏମ ଏବଂ ଏଏସପି ଘଟଣାସ୍ଥଳରେ ଲୋକଙ୍କୁ ବୁଝାଇବା ପାଇଁ ଉଦ୍ୟମ କରିଥିଲେ କିନ୍ତୁ ଏହା ବିଫଳ ହୋଇଥିଲା ।

ବର୍ତ୍ତମାନ ସ୍ଥିତିରେ କିଛି ସମୟ ଅନ୍ତରାଳରେ ପଥରମାଡ ହେଉଛି । ପ୍ରଦର୍ଶନକାରୀ ପୋଲିସ ଉପରେ ଭାରିପଡିଛନ୍ତି । ଏହାକୁ ଦେଖି ପୋଲିସବାହିନୀ ପଛକୁ ହଟିଥିଲେ । ପୋଲିସ ଅନ୍ୟବାଟ ନପାଇ ଲୁହବୁହା ଗ୍ୟାସ ମଧ୍ୟ ଲୋକଙ୍କ ଉପରେ ପ୍ରୟୋଗ କରିଛି । ସ୍ଥ୍ିତି ଉତ୍ତେଜନା ପୂର୍ଣ୍ଣଥିବା ବେଳେ ଆନ୍ଦୋଳନକାରୀ ଆଗକୁ ବଢିବାରେ ଲାଗିଛନ୍ତି ।