କୋଲକତା : ବାଂଲାଦେଶ ହାଇକମିଶନଙ୍କ କାର୍ଯ୍ୟାଳୟ ସାମ୍ନାରେ ଗୁଳିକାଣ୍ଡ, ମହିଳାଙ୍କୁ ଗୁଳିମାରି ଆତ୍ମହତ୍ୟା କଲେ ପୋଲିସ

161

କନକ ବ୍ୟୁରୋ : କୋଲକତାରେ ଥିବା ବାଂଲାଦେଶ ହାଇକମିଶନଙ୍କ କାର୍ଯ୍ୟାଳୟ ଆଗରେ ଦେଖିବାକୁ ମିଳିଛି ଅଜବ ଦୃଶ୍ୟ । ଏଠାରେ ସୁରକ୍ଷା ଦାୟୀତ୍ୱରେ ଥିବା ଜଣେ ପୋଲିସ କର୍ମୀ ମୋଟର ସାଇକେଲରେ ଆସୁଥିବା ଜଣେ ମହିଳାଙ୍କୁ ଗୁଳି କରି ହତ୍ୟା କରିଛନ୍ତି । ଏହାସହ ଉକ୍ତ ପୋଲିସ କର୍ମୀଙ୍କ ଗୁଳିରେ ଅନ୍ୟ କେତେ ଜଣ ଆହତ ବି ହୋଇଛନ୍ତି । ଏସବୁ ପରେ ଗୁଳି ଚଳାଇଥିବା ପୋଲିସ କର୍ମୀ ଜଣଙ୍କ ନିଜକୁ ଗୁଳି କରି ଆତ୍ମହତ୍ୟା କରିଛନ୍ତି ।

ମୃତ ମହିଳା ଜଣଙ୍କ ସେହି ରାସ୍ତା ଦେଇ ଯାଉଥିବା ବେଳେ ତାଙ୍କ ଉପରେ ଗୁଳି ବାଜିବାରୁ ସେ ମୃତ୍ୟୁବରଣ କରିଛନ୍ତି । ସୂଚନା ପାଇବା ପରେ ପୋଲିସ ଟିମ୍ ସେଠାରେ ପହଂଚି ଆହତ ମାନଙ୍କୁ ମେଡିକାଲ ପଠାଇଛନ୍ତି । କୁହାଯାଉଛି କି ଗୁଳି ଚଳାଇଥିବା ପୋଲିସ କର୍ମୀ ଜଣଙ୍କ ସେହି ସ୍ଥାନରେ ୧ ଘଂଟା ଆଗରୁ ବୁଲୁଥିବାର ସ୍ଥାନୀୟ ଲୋକମାନେ ଦେଖିଛନ୍ତି ।

 

ଘଟଣା ପରେ ପୋଲିସ ଯାଂଚ ଆରମ୍ଭ କରିଛି । ସେପଟେ ଘଟଣା ବାବଦରେ ସୂଚନା ପାଇବା ପରେ ଗୃହମନ୍ତ୍ରଣାଳୟ ପଶ୍ଚିମବଙ୍ଗ ସରକାରଙ୍କୁ ରିପୋର୍ଟ ପାଇଁ ନୋଟିସ କରିଛି ।