ବାବାଜୀ ବେଶରେ ପିଲାଚୋରି କରୁଥିଲା ଯୁବକ । କାବୁ କରି ନିର୍ଧୁମ ଛେଚିଲେ ଗାଁ ଲୋକ ।

200

କନକ ବ୍ୟୁରୋ: ପିଲାଚୋରି ଅଭିଯୋଗରେ  ଯୁବକଙ୍କୁ ଧରି ନିର୍ଧୁମ ଛେଚି ପୁଲିସରେ ଜିମା ଦେଲେ ଲୋକେ । ଏଭଳି ଘଟଣା ଘଟିଛି ବାଲିପାଟଣା ଥାନା ବନମାଳିପୁର ଗାଁରେ ।  ଖବର ଅନୁସାରେ, ଆଜି ଦିନ ପ୍ରାୟ ୧୨ଟାରେ ଗାଁର ଦୀପକ ଦାସ ସାଇକେଲ ଚଳାଉଥିଲେ । ଏହି ସମୟରେ  ବାଲିଅନ୍ତ ଥାନା ସାରକଣା ଗାଁର  ଶରତ ବେହେରା ବନମାଳିପୁର ଗାଁକୁ  ମନ୍ଦିର ନିର୍ମାଣ ପାଇଁ ଭିକ୍ଷା ଆଦାୟ କରିବାକୁ ଆସିଥିଲେ । ସେ  ଦୀପକଙ୍କୁ  ଚକଲେଟ ଦେବାକୁ କହି ନେଇଯାଇଥିଲେ ।  ଏହି ସମୟରେ ଦୀପକ କାନ୍ଦିଥିଲେ ।  ଗାଁ ଲୋକେ ଏହା ଜାଣିବା ପରେ ଗାଁଲୋକଙ୍କୁ କହିଥିଲେ । ଗାଁ ଲୋକେ ଶରତ ବେହେରାଙ୍କୁ କାବୁ କରି ମନ୍ଦିରରେ ଅଟକ ରଖିଥିଲେ ।  ପରେ ପୁଲିସ ପଂହଚି ଲୋକଙ୍କ କବଳରୁ  ଶରତଙ୍କୁ ଉଦ୍ଧାର କରିଛି । ବାଲିପାଟଣା ପୁଲିସ ଘଟଣାର ତଦନ୍ତ ଜାରି ରଖିଛି ।