ଦୁଇ ବିଜେଡି ନେତାଙ୍କ ମଧ୍ୟରେ ବାକ୍ ଯୁଦ୍ଧ: ପଢନ୍ତୁ, କାହିଁକି ମୁହାଁମୁହିଁ ହେଲେ ବିଧାୟକ-ପୂର୍ବତନ ବିଧାୟକ

208

କନକ ବ୍ୟୁରୋ: ପାରାଦୀପ ରାଜନୀତିକୁ ନେଇ ବିଜେଡିର ଦୁଇ ନେତା ମୁହାଁମୁହିଁ । ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟଙ୍କ ମନ୍ତବ୍ୟକୁ ନେଇ ଚର୍ଚ୍ଚା ସୃଷ୍ଟି ହୋଇଛି । ଶ୍ରମିକ ଦିବସରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଦେବାଶିଷ କହିଛନ୍ତି, ପାରାଦ୍ୱୀରେ ବିକାଶ କାମ ହେଉନାହିଁ । ଆଉ ଶୃଙ୍ଖଳିତ ଦଳରେ ଥିବାରୁ କିଛି କରିହେଉନାହିଁ । ଯଦି ଲୋକଙ୍କ ସେବା କରିବା ପାଇଁ ସୁଯୋଗ ମିଳେ ତାହାହେଲେ ଏ ମାଟିରେ କେଉଁ ମା’ ଆଖିରେ ଲୁହ ରହିବ ନାହିଁ ବୋଲି ଦେବାଶିଷ କହିଛନ୍ତି ।

ସେପଟେ ଏହାର ଉତର ଦେଇ ବିଧାୟକ କହିଛନ୍ତି, ଯଦି ପାରାଦୀପରେ ବିକାଶ ହୋଇନାହିଁ, ତାହେଲେ ଲୋକେ ତାଙ୍କୁ କାହିଁକି ଭୋଟ୍ ଦେଲେ । ପାରାଦୀପରେ ଦେବାଶିଷଙ୍କ ନିର୍ବାଚନ ଲଢ଼ିବା ପ୍ରଶ୍ନରେ ସମ୍ବିତ ତେର୍ଚ୍ଛା ବାଣ ମାରିଛନ୍ତି । ସମ୍ବିତ କହିଛନ୍ତି, ସ୍ୱପ୍ନ ଦେଖିବା ଭଲ, କିନ୍ତୁ ଦିବାସ୍ୱପ୍ନ ଦେଖିବା ଅତି ଭୟଙ୍କର ।