ଖୁସି ଖବର ! ଜିଓ ଫୋନ୍ ପାଇଁ ଲଂଚ୍ ହୋଇପାରେ ଏକ ସ୍ୱତନ୍ତ୍ର ଭର୍ସନର ହ୍ୱାଟସଆପ୍

43

ରିଲାଏନ୍ସ ଜଗତର ୪୦ତମ ପୁର୍ତ୍ତି ଅବସରରେ କଂପାନୀ ପକ୍ଷରୁ ଲଂଚ କରାଯାଇଛି ସବୁଠାରୁ ଶସ୍ତା ୪ଜି ଫିଚର ଫୋନ ତଥା ଜିଓ ଫୋନ । ଯାହାକୁ ବିନା ମୂଲ୍ୟରେ ୧,୫୦୦ ଟଙ୍କା ସୁକ୍ୟୁରିଟି ବାବଦକୁ ଦେବାକୁ ପଡିବ । ଏହି ଘୋଷଣ ପରେ ପରେ ଫୋନ୍ କିଣିବା ନେଇ ଲୋକଙ୍କଠାରେ ଯେତେ ଉକ୍ରଣ୍ଠା ଦେଖାଦେଇଛି ସେତିକି ଦ୍ୱନ୍ଦ୍ୱ ମଧ୍ୟ ଦେଖାଦେଇଛି । ଏମାନଙ୍କ ମଧ୍ୟରୁ ସବୁଠାରୁ ବଡ ପ୍ରଶ୍ନ ରହିଛି ଜିଓ ଫୋନରେ ହ୍ୱାଟସଆପ୍ କାମ କରିବ ନା ନାହିଁ ? କାରଣ ହ୍ୱାଟସଆପ ୟୁଜର୍ସଙ୍କ ସଂଖ୍ୟା ସହରଠାରୁ ଆରମ୍ଭ କରି ଗାଁ ଯାଏଁ ଲମ୍ବିଛି ।

ଜାତୀୟ ଗଣମାଧ୍ୟମ ଫ୍ୟାକ୍ଟର ଡେଲୀରେ ପ୍ରକାଶିତ ଖବର ମୁତାବକ, ରିଲାଏନ୍ସ ବିଶ୍ୱର ସବୁଠୁ ଇନଷ୍ଟାଂଟ୍ ମେସେଜିଂ ଆପ୍ ତଥା ହ୍ୱାଟସଆପ ସହ ଆଲୋଚନା ଚଳାଇଛି । ଯାହା ବର୍ତ୍ତମାନ ପ୍ରାରମ୍ଭିକ ସ୍ଥିତିରେ ରହିଛି । କଂପାନୀ ଚାହେଁ କି, ଗୋଟିଏ ସ୍ୱତନ୍ତ୍ର ଭର୍ସନର ହ୍ୱାଟସଆପ ଆପ୍ ପ୍ରସ୍ତୁତ କରାଯାଉ ଯାହାକି ଜିଓଫୋନରେ ବ୍ୟବହାର କରାଯାଇପାରିବ ।

କଂପାନୀର ଏକ ବିଶେଷ ସୂତ୍ରରୁ ଯାହା ଜଣାପଡିଛି, ନିକଟରେ ରିଲାଏନ୍ସ ଜିଓ ଏବଂ ହ୍ୱାଟସଆପର ବରିଷ୍ଠ ଅଧିକାରୀମାନଙ୍କ ମଧ୍ୟରେ ଆଲୋଚନା ହୋଇଛି । ତେବେ ହ୍ୱାଟସଆପକୁ ନେଇ ଉଭୟଙ୍କ ମଧ୍ୟରେ ଏହି ଆଲୋଚନା ହୋଇଥିଲା । କାରଣ ଫେସବୁକ୍ ସହ ରିଲାଏନ୍ସର ସଂପର୍କ ପ୍ରଥମରୁ ହିଁ ରହିଛି ବୋଲି କଂପାନୀ ବ୍ୟକ୍ତ କରିଛି । ସେ ପୁଣି ଟେକନିକାଲ୍ ଚ୍ୟାଲେଂଜ । ତେବେ ଜିଓ ଫୋନ ପାଇଁ ବର୍ତ୍ତମାନ ଏକ ସ୍ୱତନ୍ତ୍ର ଭର୍ସନର ଆବଶ୍ୟକତା ରହିଛି ଯାହା ଅତି ସହଜରେ ଜିଓ ଫୋନରେ ବ୍ୟବହାର କରାଯାଇ ପାରିବ ।

ସେହିପରି ଜିଓ ଫୋନରେ ପୂର୍ବରୁ ହିଁ ଜିଓର ଆପଗୁଡିକ ରହିବ । ଯାହାକୁ ଲୋକେ ଅତି ବ୍ୟବହାର କରାଯାଇ ପାରିବ । ଏଥିରେ ଜିଓ ଚାର୍ଟ ବି ରହିବ ଯାହା ଇନଷ୍ଟାଂଟ୍ ମେସେଜିଂ ସେବା ଅଟେ । ବର୍ତ୍ତମାନ ହ୍ୱାଟସଆପର ଲୋକପ୍ରିୟତାକୁ ଦୃଷ୍ଟିରେ ରଖି କଂପାନୀ ଏହାକୁ ଅଣଦେଖା କରି ପାରିବ ନାହିଁ ।

ଫେସବୁକ୍ ଏବଂ ମେସେଜିଂ ସହିତ ଅନ୍ୟ ଆପ୍ ଏକ ଏଭଳି ଭର୍ସନ ଲଂଚ କରନ୍ତି ଯାହାକି ସ୍ମାର୍ଟଫୋନ ଏବଂ କମ୍ ଇଂଟରନେଟ୍ ସ୍ପିଡରେ ବି ବ୍ୟବହାର କରାଯାଇ ପାରିବ । ତେବେ ଫେସବୁକ୍ ଲାଇଟ୍ ଓ ମେସେଂଜର ଲାଇଟ୍ ଏହାର ଗୋଟିଏ ଉଦାହରଣ । ଯେଉଁଥିପାଇଁ ଏହା ସମ୍ଭବ ଯେ, ଜିଓ ଫୋନ୍ ହ୍ୱାଟସଆପର ସ୍ୱତନ୍ତ୍ର ଭର୍ସନ ଲଂଚ କରିପାରେ ଯାହାକୁ ଅତି ସହଜରେ ଜିଓ ଫୋନରେ ଚାଲାଯାଇପାରିବ ।

ଖାଲି ସେତିକି ନୁହେଁ, ଏହି ଲାଭ ନା କେବଳ ଜିଓକୁ ହେବ ତାହା ନୁହେଁ ବରଂ ହ୍ୱାଟସଆପକୁ ମଧ୍ୟ ଏଥିରୁ ଫାଇଦା ମିଳିବ । କାରଣ ଜିଓ ସିମର ବହୁଳ ମାତ୍ରାରେ ବ୍ୟବହାର ଉଭୟ ଫେସବୁକ ଏବଂ ହ୍ୱାଟସଆପ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ । ଜିଓ କାରଣରୁ ଏମାନଙ୍କ ବ୍ୟବହାରକାରୀଙ୍କ ସଂଖ୍ୟା ଯେଉଁ ବୃଦ୍ଧି ପାଇଛି ।

ସୌଜନ୍ୟ: ଆଜତକ୍