ପୋଲ ନିର୍ମାଣ ହେବାର ୨ ବର୍ଷ ପରେ ଭାଙ୍ଗିଗଲା ପୋଲ : ଗଞ୍ଜାମ ଜିଲ୍ଲାରେ ୫୦ରୁ ଅଧିକ ଆଦିବାସୀ ଗାଁର ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ

30

ପୋଲ ନିର୍ମାଣ ହେବାର ୨ ବର୍ଷ ପରେ ଭାଙ୍ଗିଗଲା ପୋଲ । ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ଅନ୍ତର୍ଗତ ମନ୍ଦରଡ଼ା ଗାଁରେ ପୋଲ ଭାଙ୍ଗିଯିବା ପରେ ପାଖାପାଖି ୫୦ରୁ ଅଧିକ ଆଦିବାସୀ ଗାଁର ଲୋକେ ଏବେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବ୍ଲକ ପକ୍ଷରୁ ନିର୍ମାଣ ହୋଇଥିବା ଏହି ପୋଲଟି ଅତି ନିମ୍ନମାନର ହୋଇଥିବା ଅଭିଯୋଗ ହୋଇଛି ।

ଗଂଜାମ ପାତ୍ରପୁର ବ୍ଲକର ୫୦ଟି ଆଦିବାସୀ ଗ୍ରାମକୁ ଗମନା ଗମନ ପାଇଁ ଲକ୍ଷାଧିକ ଟଙ୍କା ବ୍ୟୟ ଅଟକଳରେ ଏହି ପୋଲ ନିର୍ମାଣ କରାଯାଇଥିଲା । ୨୦୦୮ ମସିହାରେ କାମ ଆରମ୍ଭ ହୋଇଥିବା ବେଳେ ୨୦୧୨ ମସିହାରେ ଏହା କାର୍ଯ୍ୟକାରୀ ହୋଇଥିଲା । କିନ୍ତୁ ଏହାର ଠିକ ୨ ବର୍ଷ ପରେ ହୁଡ଼ୁହୁଡ଼ୁ ବାତ୍ୟାରେ ଏହା ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିଲା । ନିମ୍ନମାନର କାମ ଯୋଗୁଁ ପୋଲଟି ଭାଙ୍ଗିଯାଇଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ ।

୨ ବର୍ଷ ପରେ ପୋଲଟି ଭାଙ୍ଗିବା ପରେ ଗ୍ରମାବାସୀ ନୂତନ ପୋଲ ନିର୍ମାଣ ପାଇଁ ଦାବି କରିଥିଲେ । ସେଠାରେ ଆଉ ଏକ ନୂତନ ପୋଲ ନିର୍ମାଣ ମଧ୍ୟ କରାଯାଉଛି । କିନ୍ତୁ ବ୍ଲକ ନିର୍ମଣ କରିଥିବା ପୋଲଟି କିପରି ଭାଙ୍ଗିଲା ତାହର ତଦନ୍ତ ହେଲା ନାହିଁ । ଅନ୍ୟପଟେ ବ୍ରହ୍ମପୁର ଉପ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯିବା ପରେ ପୁରୁଣା ପୋଲର ତଦନ୍ତ କରାଯିବ ବୋଲି କହିଛନ୍ତି । ଆଦିବାସୀଙ୍କ ବିକାଶ ନାମରେ ଅନେକ କାର୍ଯ୍ୟ କରୁଛନ୍ତି ସରକାର କିନ୍ତୁ ସେଠାରେ ଉନ୍ନତି ବଦଳରେ ହରିଲୁଟ ହେଉଥିବା ଏଠାରେ ସ୍ପଷ୍ଟ ଜଣାପଡ଼ୁଛି ।