ଝିଅର ଚିକିତ୍ସା ପାଇଁ ସରକାରୀ ଡାକ୍ତରଖାନାରେ ଧାଡିରେ ଠିଆ ହେଲେ ଆଇଏଏସ୍ ଅଫିସର । କହିଲେ, ମୁଁ ହାଇଫାଇ ଖର୍ଚ୍ଚ କଲା ବାଲା ଜିଲ୍ଲାପାଳ ନହେଁ

921

ଯେତେବେଳେ ଜଣେ ଆଇଏଏସ ଅଫିସର ସାଧାରଣ ଲୋକଙ୍କ ଭଳି ଲମ୍ବା ଧାଡିରେ ଘଂଟା ଘଂଟା ଧରି ଠିଆ ହୋଇ ଟିକେଟ କାଟୁଥିବାର ନଜର ଆସନ୍ତି ତେବେ ଏହା ନିହାତି ଏକ ଆଶ୍ଚର୍ଯ୍ୟକର ଘଟଣା ହୋଇପାରେ । କାରଣ ହଜାର ହଜାର ଲୋକଙ୍କ ଉପରେ ହୁକୁମ ଚଳାଉଥିବା ବ୍ୟକ୍ତି ଯଦି ନିଜ କାମ ପାଇଁ ସାଧାରଣ ଲୋକଙ୍କ ଭଳି ଟିକେଟ କାଟିବାକୁ ଘଂଟା ଘଂଟା ଧରି ଧାଡିରେ ଠିଆ ହୁଅନ୍ତି ତେବେ ଏହା ନିହାତି ଏକ ବଡ ତାଜୁବର ବିଷୟ ହୋଇପାରେ । ହେଲେ ଏଭଳି ଘଟଣା ଦେଖିବାକୁ ମିଳିଥିଲା ଭୋପାଳର ଭିଣ୍ଡ ନାମକ ଜିଲ୍ଲାରେ । ଯେଉଁଠି ଜଣେ କଲେକ୍ଟର ନିଜର ୭ ବର୍ଷର ଝିଅର ଚିକିତ୍ସା ନିମନ୍ତେ ଟିକେଟ୍ ପାଇଁ ଆଉଟ୍ ଡୋରରେ ସାଧାରଣ ଲୋକଙ୍କ ଭଳି ଲମ୍ବା ଲାଇନରେ ଠିଆ ହୋଇଥିଲେ ।

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ସୂଚନା ମୁତାବକ, ଭିଣ୍ଡ ଜିଲ୍ଲାର ଜିଲ୍ଲାପାଳ ଧନରାଜୁ ଏସ ନିଜ ଝିଅର ଚିକିତ୍ସା କରାଇବା ପାଇଁ ଜିଲ୍ଲା ମୁଖ୍ୟାଚିକିତ୍ସାଳୟରେ ପହଂଚିଥିଲେ । ସେ ଖାଲି ଜିଲ୍ଲା ମୁଖ୍ୟଚିକତ୍ସାଳୟରେ ପହଂଚି ନଥିଲେ ବରଂ ଟିକେଟ୍ ପାଇଁ ଆଉଟ୍ ଡୋରରେ ସାଧାରଣ ଲୋକଙ୍କ ଭଳି ଧାଡିରେ ବି ଠିଆହୋଇଥିଲେ ।

ସୂଚନା ମୁତାବକ, ଯେତେବେଳେ ଜିଲ୍ଲାପାଳ ପ୍ରଥମେ ଇମରଜେନ୍ସି ଡୋର ନିକଟରେ ପହଂଚିଥିଲେ ସେତେବେଳେ କର୍ମଚାରୀ ତାଙ୍କୁ ଚିହ୍ନି ପାରିନଥିଲେ । କର୍ମଚାରୀ ଜିଲ୍ଲାପାଳଙ୍କୁ କହିଥିଲେ କି ଏଠାରେ କେବଳ ଇମରଜେନ୍ସି ପ୍ରିସ୍କ୍ରିପସନ କଟାଯାଇଥାଏ, ସାଧାରଣ ପ୍ରିସ୍କ୍ରିପସନ ଅନ୍ୟ ଏକ କୋଠରୀରେ ହେଉଛି । ଏହାପରେ କଲେକ୍ଟର ଉକ୍ତ କୋଠରୀରେ ପହଂଚିଥିଲେ ଏବଂ ସେଠାରେ ସାଧାରଣ ଲୋକଙ୍କ ଭଳି ଧାଡିରେ ଠିଆ ହୋଇ ଝିଅର ଚିକିତ୍ସା ପାଇଁ ଓପିଡିର ପ୍ରିସ୍କ୍ରିପସନ ନେଇଥିଲେ ।

ଏଠାରେ ଆମେ କହି ରଖୁଛୁ କି, ଧନରାଜୁ ଏସ ୨୦୦୯ ବ୍ୟାଚର ଆଇଏଏସ ଅଧିକାରୀ ଅଟନ୍ତି । ତାଙ୍କୁ ଆଶିଷ କୁମାର ଗୁପ୍ତାଙ୍କ ସ୍ଥାନରେ ଭିଣ୍ଡ ଜିଲ୍ଲାର ଜିଲ୍ଲାପାଳ କରାଯାଇଛି ।