ନିୟମ ବଦଳାଇଲା ଟ୍ରାଇ: ଏଣିକି ଶସ୍ତାରେ ଦେଖିପାରିବେନି ଟିଭି, ୫୦୦ଟଙ୍କାରୁ ଅଧିକ ଆସିପାରେ ଆପଣଙ୍କ କେବୁଲର ମାସିକ ବିଲ୍

503

ନୂତନ ଦୂରସଂଚାର ନିୟାମକ ପ୍ରାଧିକରଣ ତଥା ଟିଆରଏଆଇର ନୂଆ ନିର୍ଦ୍ଦେଶ କାରଣରୁ ଆପଣଙ୍କର କେବୁଲ ବିଲ ମାସିକ ୩୫୦ ଟଙ୍କା ପରିବର୍ତ୍ତେ ୫୦୦ଟଙ୍କାରୁ ଅଧିକ ବୃଦ୍ଧି ହେବାର ସମ୍ଭାବନା ରହିଛି । ନୂଆ ନିର୍ଦ୍ଦେଶନାମା ଅନୁସାରେ, ୧୦୦ ଫ୍ରି-ଟୁ –ଏୟାର ଚ୍ୟାନେଲ ଦେଖିବା ପାଇଁ ଗ୍ରାହକଙ୍କୁ ବର୍ତ୍ତମାନ ୧୩୦ ଟଙ୍କା ପ୍ରତିମାସ ଏକ ନିର୍ଦ୍ଦିଷ୍ଟ ଚାର୍ଜ ଦେବାକୁ ପଡିବ । ଏହାବ୍ୟତୀତ ପ୍ରତ୍ୟେକ ଚ୍ୟାନେଲ ପାଇଁ ପ୍ରତି ଚ୍ୟାନେଲ ପିଛା ୨ରୁ ୧୯ ଟଙ୍କା ଅତିରିକ୍ତ ଖର୍ଚ୍ଚ କରିବାକୁ ପଡିବ । ଅଧିକାଂଶ ଲୋକପ୍ରିୟ ଚ୍ୟାନେଲ ଦେଖିବା ପାଇଁ ଆପଣଙ୍କୁ ପାଖାପାଖି ୧୫ ଟଙ୍କା ପ୍ରତି ଚ୍ୟାନେଲ ପିଛା ଖର୍ଚ୍ଚ କରିବାକୁ ହେବ ।

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ, ପୂର୍ବରୁ ଅଂଚଳ ଅନୁସାରେ, କେବୁଲ ଅପରେଟର ପ୍ରତ୍ୟେକ ମାସ ୩୫୦ ଟଙ୍କା ଏବଂ ୪୫୦ ଟଙ୍କା ମଧ୍ୟରେ ଚାର୍ଜ କରୁଥିଲେ । ଏବଂ ପାଖାପାଖି ୪୫୮ଟି ଚ୍ୟାନେଲ ଦେଖାଉଥିଲେ । ତେବେ ନିକଟରେ ଟ୍ରାଇର ନିର୍ଦ୍ଦେଶ କାରଣରୁ, ଷ୍ଟାର, ସୋନି, ଜି, କଲର୍ସ ଭଳି କଂପାନୀମାନେ ନିଜର ଚ୍ୟାନେଲକୁ ଗୋଟିଏ ବ୍ୟାନରରେ ଦେଇପାରିବେ ନାହିଁ । ଏବଂ ପ୍ରତ୍ୟେକ ଚ୍ୟାନେଲ ପାଇଁ ଅଲଗା ଅଲଗା ଶୁଳ୍କ ନେବେ । ଏହାଦ୍ୱାରା ବିଲ ବଢିବ ଏଫଏଲ ତରଫରୁ କୁହାଯାଇଥିଲା କି, ମାସିକ ଅତି କମରେ ୫୦୦ଟଙ୍କା ପର୍ଯ୍ୟନ୍ତ ଚାର୍ଜ କରିପାରନ୍ତି ।

ଏହାବ୍ୟତୀତ କେବୁଲ ଅପରେଟରଙ୍କୁ ଗ୍ରାହକଙ୍କୁ ପୃଥକ ପୃଥକ କାଟାଗୋରୀରରେ ରଖିବାକୁ ହେବ । ଏବଂ ସେହି ଅନୁସାରେ, ଟଙ୍କା କଲେକ୍ଟ କରିବାକୁ ହେବ । ଏଭଳି କରିବା ପାଇଁ ତାଙ୍କୁ ଅତିରିକ୍ତ ମ୍ୟାନ ପାୱାରର ଆବଶ୍ୟକତା ପଡିବ, ଏହାଦ୍ୱାରା ଅପରେସନାଲ କାଷ୍ଟ ବୃଦ୍ଧି ପାଇବ ।

ଏଠାରେ ଆମ କହି ରଖୁଛୁ କି, ସାରା ଦେଶରେ କାମ କରୁଥିବା ସମସ୍ତ ଡିଟିଏଚ ଏବଂ କେବୁଲ କଂପାନୀଗୁଡିକ ଦୁଇ ପଟରୁ ରୋଜଗାର କରୁଛନ୍ତି । ସେମାନେ ବ୍ରଡକାଷ୍ଟିଂ କଂପାନୀମାନଙ୍କଠାରୁ ବି ଚ୍ୟାନେଲକୁ ଦେଖାଇବା ପାଇଁ ଟଙ୍କା ନେଇଥାନ୍ତି । ସେହିପରି ଗ୍ରାହକଙ୍କଠାରୁ ବି ପ୍ୟାକେଜ ଅନୁସାରେ ଶୁଳ୍କ ଆଦାୟ କରିଥାନ୍ତି । ଗ୍ରାହକଙ୍କଠାରୁ ମାସିକ , ତ୍ରୟମାସିକ, ଛମାସିକ ଏବଂ ବାର୍ଷିକ ଆଧାରରେ ଶୁଳ୍କ ନେଇଥାନ୍ତି । ସେହିପରି ବ୍ରଡକାଷ୍ଟିଂ କଂପାନୀମାନଙ୍କଠାରୁ ବର୍ଷକ ପାଇଁ ସମସ୍ତ ଚ୍ୟାନେଲ ପାଇଁ ବି ଟଙ୍କା ନେଇଥାନ୍ତି ।