କାନ୍ଥ ଭୁଶୁଡି ପୁଅ ମୃତ, ବାପା, ମା’ ଗୁରୁତର । ଜଳେଶ୍ୱର ପଶ୍ଚିମବାର୍ଡ ଗାଁରେ ଅଘଟଣ ।

141

କନକ ବ୍ୟୁରୋ: ବାଲେଶ୍ୱର ଜଳେଶ୍ୱର ବ୍ଲକ ପଶ୍ଚିମବାର୍ଡ ଗାଁରେ ଦୁର୍ଘଟଣା । କାନ୍ଥ ଭୁଶୁଡିି ପୁଅର ମୃତ୍ୟୁ ହୋଇଥିବା ବେଳେ ବାପା-ମା’ ଗୁରୁତର ହୋଇଛନ୍ତି । ଘର ତିଆରି ପାଇଁ ରାସ୍ତାକଡ଼ରେ ପଡ଼ିିଥିବା ଚିପ୍ସ ଗୋଟାଉଥିବା ବେଳେ ଏଭଳି ଦୁର୍ଘଟଣା ଘଟିଛି । ୩ ଜଣ କାନ୍ଥ ତଳେ ଚାପି ହୋଇ ରହିଥିବା ବେଳେ ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତିି କରିଥିଲେ । ସେଠାରେ ପୁଅ ସେଖ ଆରିପକୁ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ଗୁରୁତର ବାପା-ମା’ଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି ।