ପାକିସ୍ତାନର ଚେତା ପଶିଲା । ଭାରତ ସହ ବ୍ୟବସାୟ ଭାଗିଦାରୀ ପାଇଁ ଇଚ୍ଛା ପ୍ରକାଶ କଲେ ବିଦେଶ ମନ୍ତ୍ରୀ ଇସହାକ ।

136

କନକ ବ୍ୟୁରୋ: ପାକିସ୍ତାନର ନୂଆ ସରକାର ଏବେ ଭାରତ ପ୍ରତି ସକାରାତ୍ମକ ସଙ୍କେତ ଦେଉଛନ୍ତି । ପାକିସ୍ତାନ ବିଦେଶ ମନ୍ତ୍ରୀ ଇସହାକ ଡାର୍ ଭାରତ ସହ ବ୍ୟବସାୟ କ୍ଷେତୟରେ ସାମିଲ ହେବାକୁ ଇଚ୍ଛା ପ୍ରକାଶ କରିଛନ୍ତି । ୨୦୧୯ରେ ଜମ୍ମୁ-କାଶ୍ମୀରରୁ ବିଶେଷ ରାଜ୍ୟ ପାହ୍ୟା ଦେଉଥିବା ଧାରା ୩୭୦ ଉଚ୍ଛେଦ କରାଯିବ ପରେ ପାକିସ୍ତାନ ଭାରତ ଠାରୁ ବ୍ୟବସାୟିକ ସମ୍ପର୍କ ଛିନ୍ନ କରିଥିଲା ।

ଲଣ୍ଡନରେ ଏକ ସାମ୍ବାଦିକ ସମ୍ମିଳନୀରେ ପାକିସ୍ତାନ ବିଦେଶ ମନ୍ତ୍ରୀ ଭାରତ ସହ ବ୍ୟବସାୟିକ ସମ୍ପର୍କ ଆରମ୍ଭ କରିବା ଉପରେ ଚର୍ଚ୍ଚା କରିଥିଲେ । ଏଠାରେ ପରମାଣୁ ଶକ୍ତି ଶିଖର ସମ୍ମିଳନୀରେ ଯୋଗ ଦେବାକୁ ଆସିଥିବାବେଳେ ଏହା ପ୍ରକାଶ କରିଛନ୍ତି ଇସହାକ ଡାର୍ । ଏହାଦ୍ୱାରା ଦୁଇ ଦେଶ ମଧ୍ୟରେ ରାଜନୈତିକ ସମ୍ପର୍କରେ ପ୍ରଭାବ ପଡିବ ବୋଲି କୁହାଯାଉଛି ।