ଶଶି ଥରୁରଙ୍କ ବଡ ଖୁଲାସା: କହିଲେ, ମୋତେ ନିର୍ବାଚନ ଲଢିବାକୁ ରୋକୁଛନ୍ତି କିଛି ଲୋକ, ହେଲେ ରାହୁଲ ଗାନ୍ଧୀ ତାଙ୍କ କଥା ଶୁଣିଲେନି

163

କନକ ବ୍ୟୁରୋ: କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ଅକ୍ଟୋବର ୧୭ ତାରିଖରେ ନିର୍ବାଚନ ହେବ । ହେଲେ ଏହା ପୂର୍ବରୁ ବଡ ଖୁଲାସା କରିଛନ୍ତି କଂଗ୍ରେସ ସାଂସଦ ଶଶି ଥରୁର । ସେ କହିଛନ୍ତି ମୋତେ କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ଲଢିବାକୁ କିଛି ଲୋକ ରୋକୁଛନ୍ତି । ଏନେଇ ମୁଁ ରାହୁଲ ଗାନ୍ଧୀଙ୍କ ସହ କଥା ହୋଇଛି । ରାହୁଲ ଗାନ୍ଧୀ ତାଙ୍କ କଥା ମାନିଲେ ନାହିଁ ।

ସେ ଆହୁରି ମଧ୍ୟ କହିଛନ୍ତି, ନିକଟରେ ମୋର ରାହୁଲ ଗାନ୍ଧୀଙ୍କ ସହ ଭେଟ ହୋଇଥିଲା । ଏହି ସମୟରେ ନିଜେ ରାହୁଲ ଗାନ୍ଧୀ କହିଥିଲେ କି କଂଗ୍ରେସର କିଛି ନେତା ମୋତେ କହୁଛନ୍ତି ଶଶି ଥରୁରଙ୍କୁ ନାମାଙ୍କନ ଫେରାଇ ନେବାକୁ କୁହନ୍ତୁ । ହେଲେ ରାହୁଲ ଗାନ୍ଧୀ ଏଥିପାଇଁ ମନା କରିଦେଇଥିଲେ ।